ରାୟପୁର ୨୭।୪ : ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଭାଣଜୀ କରୁଣା ଶୁକ୍ଲାଙ୍କ ପରଲୋକ ହୋଇଛି। ସେ କୋଭିଡ-୧୯ ଆକ୍ରାନ୍ତ ଥିଲେ ଓ ରାୟପୁର ରାମକୃଷ୍ଣ କେୟାର ହସ୍ପିଟାଲରେ ତାଙ୍କର ଚିକିତ୍ସା ହେଉଥିଲା। ୨୬ ଏପ୍ରିଲ ବିଳମ୍ବିତ ରାତ୍ରୀ ଓ ୨୭ ଏପ୍ରିଲ ପ୍ରତ୍ୟୁଷରେ ତାଙ୍କର ପରଲୋକ ହୋଇଥିବା ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ମଙ୍ଗଳବାର ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ସୂଚିତ କରିଛନ୍ତି।
{"id":445082,"width":837,"height":698,"sizeSlug":"large","linkDestination":"none"}ପୂର୍ବତନ ସାଂସଦ ତଥା କଂଗ୍ରେସ ନେତ୍ରୀ କରୁଣା ଶୁକ୍ଳାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ବାଘେଲଙ୍କ ସମେତ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍.ସିଂହଦେଓ ଏବଂ ଅନ୍ୟ ନେତାମାନେ ଗଭୀର ଶୋକ ପ୍ରକଟ କରିଛନ୍ତି। ଗତ ୨୦୧୪ ନିର୍ବାଚନରେ ବିଜେପି ଶୁକ୍ଲାଙ୍କୁ ଟିକେଟ୍ ଦେଇ ନଥିଲା। ଏଣୁ ସେ ଅଭିମାନରେ ଦଳ ଛାଡି କଂଗ୍ରେସରେ ଯୋଗଦେଇଥିଲେ। କରୁଣା ଶୁକ୍ଳା ଦୀର୍ଘ ୩୦ବର୍ଷ କାଳ ବିଜେପି ସହ ଜଡିତ ରହିବା ବେଳେ ୨୦୦୪ ଲୋକସଭା ନିର୍ବାଚନରେ ଜାଞ୍ଜଗିରରୁ ସାଂସଦ ନିର୍ବାଚିତ ହୋଇଥିଲେ।
{"id":445083,"width":836,"height":470,"sizeSlug":"large","linkDestination":"none"}ପରବର୍ତ୍ତି ନିର୍ବାଚନରେ ସେ କୋରବା ଲୋକସଭା କ୍ଷେତ୍ରରୁ ପ୍ରତିଦ୍ୱନ୍ଦ୍ୱୀତା କରି ପରାସ୍ତ ହୋଇଥିବା ବେଳେ୨୦୧୪ରେ କଂଗ୍ରେସ ହାଥ ଥାମିଥିଲେ। ସେବେଠାରୁ ସେ କଂଗ୍ରେସରେ କାର୍ଯ୍ୟକରୁଥିବା ବେଳେ ୨୦୧୮ ବିଧାନସଭା ନିର୍ବାଚନରେ ସେ ରମଣ ସିଂଙ୍କ ବିରୋଧରେ ରାଜନନ୍ଦଗାଓଁ ନିର୍ବାଚନ ମଣ୍ଡଳିରୁ ପ୍ରତିଦ୍ୱନ୍ଦ୍ୱୀତା କରିଥିଲେ। ଏହି ନିର୍ବାଚନରେ ସେ ପରାସ୍ତ ହୋଇଥିଲେ ତେବେ ରମଣ ସିଂଙ୍କ କଡା ମୁକାବିଲା କରିଥିଲେ।