ଲୋକେ ଚୁଇଙ୍ଗମ୍ କୁ ଖୁବ୍ ପସନ୍ଦ କରନ୍ତି। ଏପରିକି ଚୁଇଙ୍ଗମ୍ କୁ କେତେକ ଅଭ୍ୟାସରେ ବି ପକାଇଦେଇଛନ୍ତି। ଚାପରୁ ମୁକ୍ତି ଓ ଏକାଗ୍ରତା ବୃଦ୍ଧି ଲାଗି ଲୋକେ ଚ୍ୱିଂଗମ ଖାଉଥିବା କହନ୍ତି। ହେଲେ ଏଥିଲାଗି କରାଯାଇଥିବା ଗବେଷଣାରୁ ଚୁଇଙ୍ଗମ୍ ଖାଇଲେ ଚାପରୁ ମୁକ୍ତି ମିଳେନି କି ଏକଗ୍ରତା ଆସେନି ବୋଲି ଜଣାପଡିଛି। ସେହିପରି କେତେକ ମେଟାବଲିଜିମ ଓ ଫ୍ୟାଟ୍ ହ୍ରାସଲାଗି ଚୁଇଙ୍ଗମ୍ ଖାଉଥିବାର ବି କହନ୍ତି। ହେଲେ ଏଥିରୁ ସେପରି କିଛି ଲାଭ ମିଳୁଥିବାର ଏପର୍ଯ୍ୟନ୍ତ କେଉଁଠି ହେଲେ ପ୍ରମାଣିତ ହୋଇନି। ହେଲେ ଗୋଟିଏ କଥା କିନ୍ତୁ ପ୍ରମାଣିତ ହଇଛି, ତାହା ହେଉଛି ଚୁଇଙ୍ଗମ୍ ଚୋବେଇବା ସ୍ୱାସ୍ଥ୍ୟପକ୍ଷେ ହାନିକାରକ। ତେବେ ଆସନ୍ତୁ ଜାଣିବା ଚୁଇଙ୍ଗମ୍ ଆମର କଣ କ୍ଷତି କରେ।
{"id":235589,"width":580,"height":383,"sizeSlug":"large"}ପ୍ରଥମତଃ ଏହା ହଜମ ପ୍ରକ୍ରିୟାକୁ ପ୍ରଭାବିତ କରେ
ଚୁଇଙ୍ଗମ୍ ଚୋବାଉଥିଲେ ଆପଣ ହଜମ ପ୍ରକ୍ରିୟାକୁ ବି ଅନୁଭବ କରିୁପାରୁଥିବେ। ଏଥିରୁ ପ୍ରକ୍ରିୟାର ସ୍ପଷ୍ଟ ସଙ୍କେତ ମିଳିଥାଏ। ଖାଦ୍ୟ ହଜମ ହୋଇଗଲେ ଆପଣଙ୍କ ପେଟରେ ହାଇଡ୍ରୋକ୍ଲୋରିକ ଏସିଡ କ୍ଷରଣ ହୋଇଯାଏ। ଯାହା ପେଟରେ ଏସିଡିଟି, ଅଲସର ଓ ଗ୍ୟାଷ୍ଟ୍ରିକ୍ ଭଳି ସମସ୍ୟା ସୃଷ୍ଟି କରିପାରେ।
ଏହି ଅଭ୍ୟାସ ଯୋଗୁ କର୍କଟ ଆକ୍ରାନ୍ତ ବି ହୋଇପାରନ୍ତି
ତେବେଚୁଇଙ୍ଗମ୍ ରୁ ଆପଣଙ୍କୁ କଣ ଲାଭ ମିଳେ ତାହା ଆପଣ ହିଁ ଜାଣନ୍ତି। ହେଲେ ଏହାର ପ୍ରସ୍ତୁତି ଲାଗି ଉପଯୋଗ କରାଯାଉଥିବା ବୁଟିଲେଟେଡ ହାଇଡ୍ରୋକ୍ସିଟୋଲ୍ୟୁନ(ବିଏଚଟି) ଏକ ଏପରି ପ୍ରିଜରଭେଟିଭ ଯାହା ଦେହରେ କ୍ୟାନସର ରୋଗ ସୃଷ୍ଟି ଲାଗି ସହାୟକ ହୋଇଥାଏ। ଅନେକ ଚୁଇଙ୍ଗମ୍ ପ୍ରସ୍ତୁତ କର୍ତ୍ତା ଏହି ପ୍ରିଜରଭେଟିଭ ଉପଯୋଗ କରୁଥିବା ଫୁଡ ଏଣ୍ଟ ଟକ୍ସିକୋଲଜି ଜର୍ଣ୍ଣାଲରୁ ଜଣାପଡିଛି। ଥରେ ଅଧେ ଏପରି ପ୍ରିଜରଭେଟିଭ ଦେହକୁ ଗଲେ କୌଣସି ହାନିକାରକ ନୁହେଁ. ହେଲେ ଯେଉଁମାନେ ଦିନ ତମାମ ଚୁଇଂ କରୁଛନ୍ତି ସେମାନେ କିନ୍ତୁଏହି ପ୍ରଜରଭେଟିବକୁ ଅଧିକ ଆହରଣ କରୁଛନ୍ତି।
ଏହା ଆପଣଙ୍କ ମସ୍ତିଷ୍କକର ହାନୀ କରିପାରେ
ଚୁଇଙ୍ଗମ୍ କୁ ନରମ କରିବା ଲାଗି କମ୍ପାନୀମାନେ ଏହାର ପ୍ରସ୍ତୁତିରେ ଟିଟାନିୟମ ଡାଇଅକ୍ସାଇଡର ଉପଯୋଗ କରିଥାନ୍ତି। ବାୟୋ ମେଟେରିଆଲ ଜର୍ଣ୍ଣାଲର ଅନୁଧ୍ୟାନରୁ ଏଭଳି ରସାୟନ ମସ୍ତିଷ୍କର କାର୍ଯ୍ୟକାରିତାକୁ ପ୍ରଭାବିତ କରିପାରେ। ଏପରିକି ଆପଣଙ୍କ ମସ୍ତିଷ୍କର ହାନି ବି କରିପାରେ ବୋଲି ଜଣାପଡିଛି।
ନିୟମିତ ମୁଣ୍ଡବିନ୍ଧା ରହେ
ପେଡିଆଟ୍ରିକ୍ ନ୍ୟୁରୋଲଜି ଜର୍ଣ୍ଣାଲଅନୁସାରେ ଚୁଇଙ୍ଗମ୍ ଖାଉଥିବା ଲୋକଙ୍କ ଲାଗି ମୁଣ୍ଡ ବିନ୍ଧା ଏକ ସାଧାରଣ କଥା। କାରଣ ଏହାକୁ ଚୋବାଇବା ଯୋଗୁ ଆପଣଙ୍କ କଳଖାଇ ବାରମ୍ବାର ସଞ୍ଚାଳିତ ହେଉଥିବାରୁ ହୁଏତ ଏଥିଲାଗି ମୁଣ୍ଡବିନ୍ଧା ହୁଏ। ତେବେ ଏହାର ବାସ୍ତବ କାରଣ କିନ୍ତୁ ଜଣାପଡି ନାହିଁ।