ଟ୍ରାକିଂ କରିବାକୁ ଯାଇଥିଲେ ପୂର୍ବତନ ରଣଜୀ ଖେଳାଳି, ୨୫୦ ଫୁଟ୍ ଗଭୀର ଖାଇରେ ପଡି ମୃତ୍ୟୁ

Published By : Prameya-News7 Bureau | September 02, 2020 IST

ମୁମ୍ଵାଇ ୦୨।୦୯: ମହାରାଷ୍ଟ୍ରର ପୂର୍ବତନ ରଣଜୀ ଖେଳାଳି ଶେଖର ଗାଓ୍ଵଲିଙ୍କ ପରଲୋକ ଘଟିଛି। ୪୫ ବର୍ଷୀୟ ଶେଖର ନିଜ ବନ୍ଧୁଙ୍କ ସହିତ ଟ୍ରାକିଂ କରିବାକୁ ଯାଇଥିଲେ। ସେହି ସମୟରେ ସେ ୨୫୦ ଫୁଟ୍ ଗଭୀର ଖାଇକୁ ଖସି ପଡିବାରୁ ତାଙ୍କର ମୃତ୍ୟୁର ଘଟିଛି। ମହାରାଷ୍ଟ୍ର ପାଇଁ ଗାଓ୍ଵଲି ଦୁଇଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିଲେ। ସେ ମଙ୍ଗଳବାର ସନ୍ଧ୍ୟାରେ ବନ୍ଧୁଙ୍କ ସହ ନାସିକର ଇଗତପୁରୀ  ହିଲ୍‌ ଷ୍ଟେସନ ଟ୍ରାକିଂ ପାଇଁ ଯାଇଥିଲେ।  

ପୋଲିସ ବୁଧବାର କହିଛନ୍ତି ଗାଓ୍ଵଲିଙ୍କ ଖାତରେ ଖସିବାରୁ ମୃତ୍ୟୁ ଘଟିଛି। ପୋଲିସ କହିଛି ଭାରସ୍ୟାମ ହରାଇବା କାରଣରୁ ସେ ଖାତକୁ ଖସି ପଡିଥିଲେ। ବୁଧବାର ସକାଳ ୧୦ଟାରେ ତାଙ୍କ ଶବ ଉଦ୍ଧାର କରାଯାଇଛି। ପୋଷ୍ଟମର୍ଟମ ପରେ ପରିବାର ସଦସ୍ୟଙ୍କୁ ମୃତ ଶରୀର ହସ୍ତାନ୍ତର କରାଯାଇଛି। ଏହା ପୂର୍ବରୁ ଶେଖର ମହାରାଷ୍ଟ୍ର କ୍ରିକେଟ୍ ଦଳର ସହାୟକ କୋଚ୍‌ ଥିଲେ ଓ ସଂପ୍ରତି ୨୩ ବର୍ଷରୁ କମ ଦଳର ଫିଟନେସ୍‌ ଟ୍ରେନର ଭୂମିକା ନିଭାଇଥିଲେ। ଶେଖର ଡାହାଣ ହାତୀ ବ୍ୟାଟମସ୍ୟାନ ଓ ଲେଗ୍‌ ସ୍ପିନର ଥିଲେ।  

ଶେଖର ୧୯୯୭ ରୁ ୨୦୦୨ ମଧ୍ୟରେ ଦୁଇଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିଲେ। ଏହି ସମୟରେ ସେ ୩ ଓ୍ଵିକେଟ୍ ନେଇଥିଲେ। ଶେଖରଙ୍କ ପରିବାରରେ ପତ୍ନୀ, ଜଣେ ପୁଅ ଓ ଝିଅ ଅଛନ୍ତି। ୧୯୭୫ ଅଗଷ୍ଟ ୬ରେ ଶେଖର ନାସିକରେ ଜନ୍ମ ଗ୍ରହଣ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.