ନୂଆଦିଲ୍ଲୀ ୧୪/୧୦: କୁଚୁପୁଡ଼ି ଡାନ୍ସର ଶୋଭା ନାଇଡୁଙ୍କ ହାଇଦ୍ରାବାଦର ଏକ ଘରୋଇ ହସପିଟାଲରେ ଆଜି ପରଲୋକ ଘଟିଛି। ଶୋଭାଙ୍କ ପରିବାର ସଦସ୍ୟ କହିଛନ୍ତି ଚାରିଦିନ ତଳେ ନ୍ୟୁରୋଲଜିକାଲ ସମସ୍ୟା ଦେଖା ଦେବାରୁ ତାଙ୍କୁ ହସପିଟାଲରେ ଭର୍ତି କରାଯାଇଥିଲା। ମାତ୍ର ହସପିଟାଲରେ ହିଁ ତାଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଥିବା ପରିବାର ଲୋକ ଜଣାଇଛନ୍ତି।
୧୯୯୬ରେ ଆନ୍ଧ୍ର ପ୍ରଦେଶର ଅନ୍ନକପଲ୍ଲୀରେ ଜନ୍ମ ଗ୍ରହଣ କରିଥିବା ଶୋଭାଙ୍କ ଗୁରୁ ହେଉଛନ୍ତି ବେମପତି ଚିତ୍ରା ସତ୍ୟମ। ଶୋଭା ଏକାଧିକ ନୃତ୍ୟ ନାଟକ କୋରିଓଗ୍ରାଫି କରିଛନ୍ତି। ସେ ଆମେରିକା, ବ୍ରିଟେନ, ଦୁବାଇ, ହଂଙ୍ଗକଂଙ୍ଗ, ମେକ୍ସିକୋ, ଭେନଜୁଏଲା, କ୍ବିବାରେ ନୃତ୍ୟ ପରିବେଷଣ କରିଛନ୍ତି।
ତାଙ୍କ ଅକାଳ ବିୟୋଗରେ ସେଲିବ୍ରିଟିଙ୍କ ସମେତ ବିଭିନ୍ନ ମହଲରୁ ଶୋକ ପ୍ରକାଶ କରାଯାଇଛି। ଏପରିକି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଶୋକ ବ୍ୟକ୍ତ କରି କହିଛନ୍ତି ସେ କୁଚୁପୁଡ଼ି ନୃତ୍ୟର ଜଣେ ଉତ୍କୃଷ୍ଟ ଡାନ୍ସର ଥିଲେ।
୨୦୦୧ରେ ତାଙ୍କୁ ପଦ୍ମଶ୍ମୀ ଓ ୧୯୯୧ରେ ତାଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇ ଥିଲା। ସେ ଭାରତ ଓ ବିଦେଶରେ ୧୫୦୦ ଛାତ୍ରଛାତ୍ରୀଙ୍କୁ କୁଚୁପୁଡ଼ି ଶିଖାଇଛନ୍ତି।