କେନ୍ଦୁଝର ୨୩/୧: କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଗୌରହରି ନାଏକଙ୍କ ହଳଦୀବଟା ସ୍ଥିତ ବାସଭବନରେ ବୁଧବାର ରାତି ୧୦: ୩୦ ସମୟରେ ଦେହାନ୍ତ ହୋଇଛି। ଶ୍ରୀ ନାଏକ ସ୍ନାୟୁ ରୋଗରେ ପୀଡିତ ହୋଇ ଗତ ଡିସେମ୍ବର ୧୭ ତାରିଖରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ।
{"id":214875,"sizeSlug":"large"}ଶ୍ରୀ ନାଏକ ଭାରତୀୟ ବାୟୁସେନାରୁ ଅବସର ପରେ ୨୦୦୦ ମସିହାରୁ ୨୦୦୯ ମସିହା ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ତରଫରୁ ପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ଦୁଇଦୁଇ ଥର ନିର୍ବାଚିତ ହୋଇଥିଲେ । ତାଙ୍କ ବିୟୋଗରେ ସାରା ପାଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ଦେହାନ୍ତ ଖବର ପାଇ ବିଜେପିର ବହୁ ବରିଷ୍ଠ ନେତା ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।
{"id":214876,"sizeSlug":"large"}