ମୁମ୍ବାଇ ୧୬।୧୦ : ଭେଟେରାନ ଅଭିନେତ୍ରୀ ଫାରୁକ୍ ଜାଫର ୮୯ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଫାରୁକ୍ ଜାଫର ଚଳଚ୍ଚିତ୍ର 'ଗୁଲାବୋ ସିତାବୋ' ପାଇଁ ବେଶ ଜଣାଶୁଣା | ତାଙ୍କ ବଡ଼ ଝିଅ ମେହେରୁ ଜାଫର ତାଙ୍କ ମୃତ୍ୟୁକୁ ନେଇ ସୂଚନା ଦେଇଛନ୍ତି । ସେ କହିଥିଲେ ଯେ ତାଙ୍କ ମାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ନଥିଲା । ତାଙ୍କୁ ଚଳିତ ମାସ ଆରମ୍ଭରେ ଲକ୍ଷ୍ମୌର ସାହାରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ସନ୍ଧ୍ୟାରେ ସେ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
ସୂଚନା ଅନୁଯାୟୀ ମେହେରୁ କହିଛନ୍ତି ଯେ ନିଶ୍ୱାସ ନେବାରେ ଅସୁବିଧା ହେତୁ ତାଙ୍କୁ ଅକ୍ଟୋବର ୪ ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଭଲ ନଥିଲେ। ସନ୍ଧ୍ୟା ପ୍ରାୟ ୬ ଟା ବେଳେ ତାଙ୍କର ଦେହାନ୍ତ ହୋଇଛି। ଏନେଇ ଫାରୁକ୍ ଜାଫରଙ୍କ ନାତି ଶାଜ୍ ଅହମ୍ମଦ ଟ୍ୱିଟରରେ ଟ୍ବିଟ୍ କରିଛନ୍ତି କି ଯେ ମୋର ଜେଜେମା, ପୂର୍ବତନ ଏମଏଲସି ଏସଏମ ଜାଫରଙ୍କ ପତ୍ନୀ ତଥା ଭେଟେରାନ ଅଭିନେତ୍ରୀ ଫାରୁକ ଜାଫର ଆଜି ସନ୍ଧ୍ୟାରେ ପରଲୋକ ହୋଇଛନ୍ତି।
ଫାରୁକ୍ ଜାଫର ୧୯୬୩ ମସିହାରେ ଲକ୍ଷ୍ମୌ ବିଦ୍ୟା ଭାରତୀରେ ରେଡିଓ ଆନାଉନ୍ସ୍ର ଥିଲେ। ୧୯୮୧ ମସିହାରେ ସେ 'ଉମ୍ରାବ ଜାନ' ଚଳଚ୍ଚିତ୍ର ସହିତ ପରଦାରେ ଡେବ୍ୟୁ କରିଥିଲେ। ସେ ରେଖାଙ୍କ ମାଆ ଭୂମିକାରେ ଅଭିନୟ କରିଥିଲେ। ଏହା ସହ ସେ ମିର ଖାନଙ୍କ ଫିଲ୍ମ 'ପିପଲି ଲାଇଭ' ଏବଂ ଶାହାରୁଖ ଖାନଙ୍କ ସହ ସ୍ବଦେଶ'ରେ ମଧ୍ୟ କାମ କରିଥିଲେ। ଏହା ବ୍ୟତୀତ ତାଙ୍କୁ 'ସୁଲତାନ'ରେ ମଧ୍ୟ ଦେଖିବାକୁ ମିଳିଥିଲା। ଫାତିମା ବେଗମ୍ 'ଗୁଲାବୋ ସିତାବୋ'ରେ ତାଙ୍କର ସ୍ମରଣୀୟ ଚରିତ୍ରମାନଙ୍କ ମଧ୍ୟରୁ ଅନ୍ୟତମ ।