ଗହମ ରପ୍ତାନୀ ଉପରେ ରୋକ ଲଗାଇଲା ଭାରତ, ଜାଣନ୍ତୁ କାହିଁକି ?

Published By : Prameya-News7 Bureau | May 14, 2022 IST

ନୂଆଦିଲ୍ଲୀ ୧୪।୫: ଗହମ ରପ୍ତାନୀ ଉପରେ ଭାରତ ତତ୍କାଳ ରୋକ ଲଗାଇଛି। ଶୁକ୍ରବାର ବିଳମ୍ବିତ ରାତ୍ରିରେ ଏ ନେଇ ଏକ  ଅଧିସୂଚନା ଜାରି ହୋଇଥିବା ବେଳେ ତତ୍କାଳ ପ୍ରଭାବରେ ଗହମ ରପ୍ତାନୀ ବନ୍ଦ ହୋଇଥିବା ସୂଚିତ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଗହମର ମୂଲ୍ୟ ବୃଦ୍ଧି ନିୟନ୍ତ୍ରଣ ଲାଗି ଭାରତ ସରକାର ଏହି ପଦକ୍ଷେପ ନେଇଛନ୍ତି।  ତେବେ ପୂର୍ବରୁ ଜାରି ହୋଇସାରିଥିବା ଲେଟର ଅଫ କ୍ରେଡିଟ୍ ପୂରଣ କରାଯିବ ବୋଲି ସରକାର ଅଧିସୂଚନାରେ କହିଛନ୍ତି।  

{"id":628520,"width":838,"height":552,"sizeSlug":"full","linkDestination":"none"}

ଗହମ ଉତ୍ପାଦନରେ ଋଷିଆ ଓ ୟୁକ୍ରେନ ପଛକୁ ରହିଛି ଭାରତ। ଗତ ଫେବୃଆରୀରେ ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ଯୋଗୁ କୃଷ୍ଣ ସାଗରରେ  ରପ୍ତାନୀ ପ୍ରଭାବିତ ହୋଇଥିଲା। ଏଣୁ ଗହମ ଲାଗି ବୈଶ୍ୱିକ କ୍ରେତାମାନେ ଭାରତକୁ ମୁହାଁଇଥିଲେ। ଋଷିଆ ଓ ୟୁକ୍ରେନ ଯୁଦ୍ଧ ଯୋଗୁ ଗହମ ରପ୍ତାନୀ ପ୍ରଭାବିତ ହୋଇଥିବା ବେଳେ ବୈଶ୍ୱିକ ଗହମ ଦରରେ ଅନୁନ୍ୟ ୪୦ ପ୍ରତିଶତ ବୃଦ୍ଧି ହୋଇଛି। ଏଣୁ ଭାରତର ଗହମ ରପ୍ତାନୀ ବୃଦ୍ଧି ହୋଇଥିବା ବେଳେ ସ୍ଥାନୀୟ ବଜାରରେ ମଧ୍ୟ ମୂଲ୍ୟ ବଢିଛି।

ଫଳରେ ଅଟା ମୂଲ୍ୟ ବଢିବା ଏବେଚିନ୍ତାର କାରଣ ପାଲଟିଛି। ସାରା ଦେଶରେ ଖାଦ୍ୟ ଶସ୍ୟ ମୂଲ୍ୟ ଏବେ ବଢିବାରେ ଲାଗିଛି  ଏଥିରେ ଅଟା ଓ ଗହମ ଜାତ ଉତ୍ପାଦ ମୂଲ୍ୟରେ ୧୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧିକୁ ନଜରରେ ରଖି ସରକାର ରପ୍ତାନୀ ବନ୍ଦ ଲାଗି ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ସରକାର ଗହମର ବୈଶ୍ୱିକ ମୂଲ୍ୟରେ ଅଚାନକ ବୃଦ୍ଧି ଭାରତ ସମେତ ପଡୋଶୀ ଓ ଅନ୍ୟ ଦୁର୍ବଳ ଦେଶଙ୍କ ଖାଦ୍ୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି ବୋଲି କହିଛନ୍ତି।

{"id":628523,"sizeSlug":"full","linkDestination":"none"}

ଚଳିତ ବର୍ଷ ଗହମର ସରକାରୀ କ୍ରୟ ପ୍ରାୟ ୫୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଛି। ଖୋଲା ବଜାରରେ ସର୍ବନିମ୍ନ ସମର୍ଥନ ମୂଲ୍ୟ (ଏମଏସପି)ଠାରୁ ଅଧିକ ମୂଲ୍ୟ ମିଳିବା ଚାଷୀ ସରକାରୀ ମଣ୍ଡିରେ ବିକିବା ବଦଳେ ଖୋଲା ବଜାରରେ ବିକ୍ରି କରିବା ଏପରି ପରିସ୍ଥିତି ସୃଷ୍ଟି କରିଛି। ସରକାରୀ ହିସାବରେ ଗହମର ସର୍ବନିମ୍ନ ସମର୍ଥନ ମୂଲ୍ୟ ସରକାର ୨ ହଜାର ୧୫ ଟଙ୍କା ଧାର୍ଯ୍ୟ କରିଥିବା ବେଳେ ଖୋଲା ବଜାରରେ ଚାଷୀଙ୍କୁ ଏହାଠାରୁ ଉଚ୍ଚ ଦର ମିଳିଥିଲା। ଅନ୍ୟ ଏକ  ଅଧିସୂଚନାରେ ସରକାର ପିଆଜ ବିହନର ରପ୍ତାନୀ ସର୍ତ୍ତ କୋହଳ କରିଥିବା ସୂଚିତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.