ଅର୍ଥନୀତିଜ୍ଞ ଇସର୍ ଜଜ୍ ଆଲୁଓ୍ୱାଲିଆଙ୍କ ପରଲୋକ, ପଦ୍ମଭୂଷଣ ଆଲୁଓ୍ୱାଲିଆ ଥିଲେ ICRIERର ପୂର୍ବତନ ଅଧ୍ୟକ୍ଷା

Published By : Prameya-News7 Bureau | September 26, 2020 IST

ନୂଆଦିଲ୍ଲୀ, ୨୬ ।୦୯: ଯୋଜନା ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ମଣ୍ଟେକ ସିଂ ଆଲୁଓ୍ୱାଲିଆଙ୍କ ପତ୍ନୀ ତଥା ଅର୍ଥଶାସ୍ତ୍ରୀ ଇସର ଜଜ୍ ଆଲୁଓ୍ୱାଲିଆ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ମସ୍ତିସ୍କ କର୍କଟରେ ପୀଡିତ ଥିଲେ । ସେ ୭୪ ବର୍ଷ ବୟସରେ ପ୍ରାଣ ତ୍ୟାଗ କରିଛନ୍ତି ।

ଇସର୍ ଜଜ୍ ମେସାଚ୍ୟୁସେଟସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ଲୋଲୋଜିରୁ ପିଏଚଡି ହାସଲ କରିଥିଲେ । ସେ ଇକୋନୋମିକ୍ସ ଅନର୍ସରେ ସ୍ୱାତକରେ ପ୍ରେସିଡେନ୍ସି କଲେଜରୁ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ । ଏହାସହ ଦିଲ୍ଲୀ ସ୍କୁଲ ଅଫ୍ ଇକୋନୋମିକ୍ସରେ ସେ ସ୍ନାତକତ୍ତୋର ଲାଭ କରିଥିଲେ । ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଇସର୍ ଜଜ୍ ଆଲୁଓ୍ୱାଲିଆ ଭାରତର ସହରି ବିକାଶ, ଔଦ୍ଦଗିକ ବିକାଶ, ମ୍ୟାକ୍ରୋ ଆର୍ଥିକ ସୁଧାର ତଥା ବିଭିନ୍ନ ବିକାଶମୂଳକ ଯେତ୍ରରେ ଅଧିକ ଧ୍ୟାନ ଦେଇଥିଲେ । ଗତମାସରେ ସେ ସ୍ୱାସ୍ଥ୍ୟଗତ କାରଣରୁ ଆଇସିଆରଆଇଇଆରରୁ ଇସ୍ତଫା ଦେଇଥିଲେ ।

ତେବେ ଇସର୍ ଜଜଙ୍କ ଦେହାନ୍ତରେ  ଅନେକ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.