ଦୃଷ୍ଟିଶକ୍ତି ବଢାଇବା ସହିତ ଇମ୍ୟୁନିଟି ଷ୍ଟ୍ରଙ୍ଗ୍ କରିଥାଏ ପିଚ୍, ଜାଣନ୍ତୁ ଏହାର ଅନ୍ୟ ଫାଇଦା

Published By : Prameya-News7 Bureau | June 16, 2021 IST

ନୂଆଦିଲ୍ଲୀ ୧୬/୦୬: କରୋନାକୁ ଏଡାଇବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ଦୃଢ ରଖିବା ଅତ୍ୟନ୍ତ ଜରୁରୀ । ଗ୍ରୀଷ୍ମ ଏବଂ ବର୍ଷା, ଋତୁରେ ଅନେକ ପ୍ରକାରର ରୋଗ ମଧ୍ୟ ଶରୀରରେ ଦେଖା ଦେଇଥାଏ ।ଏପରି ପରିସ୍ଥିତିରେ ନିଜକୁ ସୁସ୍ଥ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଋତୁରେ ଆସୁଥିବା ଫଳ ରୋଗ ପ୍ରତିରୋଧକ ଶକ୍ତି ବଢାଇ ଥାଏ । ଗ୍ରୀଷ୍ମ ଋତୁରେ ଆସୁଥିବା ଫଳଗୁଡ଼ିକରେ ପିଚ୍ ମଧ୍ୟ ଅନ୍ତର୍ଭୁକ୍ତ । ପିଚ୍ ଶରୀର ପାଇଁ ସବୁଠାରୁ ଲାଭଦାୟକ ଫଳ । ପିଚରେ କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ମିନେରାଲ୍ସ ଏବଂ ଫାଇବର ପ୍ରଚୁର ପରିମାଣରେ ମିଳିଥାଏ । ପିଚରେ ଭିଟାମିନ୍ ସି ଭରପୂର ରହିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ । ଚାଲନ୍ତୁ ଜାଣିବା ପିଚର ଉପକାରିତା ବିଷୟରେ…

{"width":658,"height":494}
CDC: New Salmonella Outbreak Linked To Peaches With 68 Ill In 9 States

- ପିଚରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ରହିଥାଏ । ଯାହା ଶରୀରରେ ଆଣ୍ଟି-ଅକ୍ସିଡାଣ୍ଟ ଭାବରେ କାର୍ଯ୍ୟ କରିଥାଏ । ପିଚ୍ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଜବୁତ ହୋଇଥାଏ । ମୌସୁମୀ ରୋଗରୁ ରକ୍ଷା ପାଇବା ପାଇଁ, ଆପଣ ଫଳରେ ପିଚ୍ ଖାଇବା ଜରୁରୀ ।

- ଓଜନ ହ୍ରାସ ପାଇଁ ପିଚ୍ ମଧ୍ୟ ଏକ ଉତ୍ତମ ଫଳ । ପିଚରେ ଖୁବ୍ କମ୍ କ୍ୟାଲୋରୀ ରହିଥାଏ, ଯେଉଁ କାରଣରୁ ଆପଣଙ୍କ ଓଜନ ଶୀଘ୍ର କମିଥାଏ । ଯଦି ଆପଣ ଜଳଖିଆରେ ପିଚ୍ ଖାଆନ୍ତି, ତେବେ ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ଆପଣ ଭୋକିଲା ଅନୁଭବ କରିବେ ନାହିଁ । ଭୋକିଲା ଥିବାବେଳେ ଆପଣ ପିଚ୍ ଖାଇପାରିବେ ।

- ପିଚରେ ପୋଟାସିୟମ୍ ରହିଥାଏ ଯାହା ଆପଣଙ୍କ କିଡ୍ନୀ ପାଇଁ ବହୁତ ଲାଭଦାୟକ ହୋଇଥାଏ । ପିଚ୍ ଆପଣଙ୍କ ମୂତ୍ରାଶୟ ପାଇଁ ଏକ କ୍ଲିନିଂ ଏଜେଣ୍ଟ ଭାବରେ କାମ କରେ । ପିଚ୍ ଖାଇବା ଦ୍ୱାରା କିଡ୍ନୀ ଜନୀତ ରୋଗ ହୋଇନଥାଏ ।

- ପିଚ୍ ଦୃଷ୍ଟିଶକ୍ତି ବଢାଇବାରେ ସହାୟକ ହୋଇଥାଏ । ପିଚରେ ବିଟା କାରୋଟିନ୍ ଥାଏ, ଯାହା ଶରୀରରେ ଭିଟାମିନ୍ ଏ ତିଆରି କରିଥାଏ । ରେଟିନାକୁ ସୁସ୍ଥ ରଖିବା ପାଇଁ ଭିଟାମିନ୍ ଏ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

- ପିଚ୍ ଖାଇବା ଦ୍ୱାରା କ୍ୟାନ୍ସର ରୋଗ ହେବାର ଆଶଙ୍କା କମ୍ ରହିଥାଏ । ପିଚରେ ଆଣ୍ଟି-ଅକ୍ସିଡାଣ୍ଟ ଥାଏ ଯାହା ଆପଣଙ୍କୁ କ୍ୟାନ୍ସର ଭଳି ରୋଗରୁ ରକ୍ଷା କରିଥାଏ । ଅନେକ ଗବେଷଣାରେ ଏହା ପ୍ରକାଶ ପାଇଛି ଯେ କେମୋଥେରାପିର ସାଇଡ୍ ଇଫେକ୍ଟରୁ ବଞ୍ଚାଇବା ପାଇଁ ପିଚ୍ ମଧ୍ୟ କାମ କରିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.