ମୁମ୍ବାଇ ୨୨/୪: କରୋନା ଭାଇରସ୍ ଚକ୍କରରେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଘରେ ଅଛନ୍ତି। ଏହି କଠିନ ସମୟରେ ବଲିଉଡ ଷ୍ଟାରମାନେ ମଧ୍ୟ କ୍ବାରେଣ୍ଟାଇନରେ ଅଛନ୍ତି ଏବଂ ନିଜ ଘରେ ସମୟ ବିତାଉଛନ୍ତି। ବଲିଉଡ କପଲ୍ସ୍ ଏବେ କ୍ବାଲିଟି ଟାଇମ୍ ବିତାଉଛନ୍ତି। ଛାଡ଼ପତ୍ର ପରେ ମଧ୍ୟ ନିଜ ପିଲାଙ୍କ ପାଇଁ ସୁଜାନ୍ ଖାନ୍ ତାଙ୍କ ସ୍ବାମୀ ହ୍ରିତିକ ରୋଶନଙ୍କ ଘରକୁ ଆସିଯାଇଛନ୍ତି। କ୍ରିତି ଖରବନ୍ଦା ଏବଂ ପୁଲକିତ ସମ୍ରାଟ ମଧ୍ୟ ପରସ୍ପର ସହ ଏହି ସମୟ ଅତିବାହିତ କରୁଛନ୍ତି। ଏହା ସହିତ ଶୁଣିବାକୁ ମିଳିଥିଲା ଯେ ଦିଶା ପଟାନୀ ଏବଂ ଟାଇଗର ଶ୍ରଫ୍ ମଧ୍ୟ ଏହି ସମୟରେ ଲିଭ ଇନରେ ରହୁଛନ୍ତି। ଏବେ ଏହି ଖବରରେ ଟାଇଗରଙ୍କ ଭଉଣୀ କୃଷ୍ଣା ଶ୍ରଫ୍ ନିଜ ମୁହଁ ଖୋଲିଛନ୍ତି।
{"id":258205,"sizeSlug":"large"}ବଲିଉଡ ଅଭିନେତ୍ରୀ ଦିଶା ପଟାନୀ ନିଜ ଷ୍ଟାଇଲ୍ ସହ ଟାଇଗର ଶ୍ରଫଙ୍କୁ ନେଇ ମଧ୍ୟ ଚର୍ଚ୍ଚାରେ ରୁହନ୍ତି। ଦୁହେଁ ପରସ୍ପରକୁ ଡେଟ୍ କରୁଛନ୍ତି। କୃଷ୍ଣା ଶ୍ରଫ୍ ଏକ ସାକ୍ଷାତକାରରେ କହିଛନ୍ତି ଯେ ଦିଶା ଏବଂ ଟାଇଗର ଲିଭ ଇନରେ ରହୁ ନାହାନ୍ତି। ଦିଶା ତାଙ୍କ ଘର ପାଖରେ ହିଁ ରୁହନ୍ତି ଏବଂ ସେ ବେଳେବେଳେ ଘରର କିଛି ଜିନିଷ କିଣିବା ପାଇଁ ଘରୁ ବାହାରକୁ ବାହାରନ୍ତି।
{"id":258207,"sizeSlug":"large"}କୃଷ୍ଣା ଶ୍ରଫ୍ କହିଥିଲେ ଯେ ଟାଇଗରଙ୍କ ସହ ଦିଶାଙ୍କ ବଣ୍ଡିଂ ଭଲ। ସେମାନେ ଦୀର୍ଘ ଦିନର ବନ୍ଧୁ। ସେ ଟାଇଗର ଏବଂ ଦିଶାଙ୍କ ରିଲେସନଶିପକୁ ନେଇ କିଛି କହିନଥିଲେ କିନ୍ତୁ କହିଥିଲେ ଯେ ତାଙ୍କୁ ଦିଶାଙ୍କ କମ୍ପନି ବହୁତ ଭଲ ଲାଗିଥାଏ। ଫିଟନେସକୁ ନେଇ ଉଭୟଙ୍କ ଜବରଦସ୍ତ ଉତ୍ସାହ ରହିଥାଏ।
{"id":258209,"sizeSlug":"large"}