ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଅମଲା ଶଙ୍କରଙ୍କ ୧୦୧ବର୍ଷରେ ପରଲୋକ

Published By : Prameya-News7 Bureau | July 24, 2020 IST

ନୂଆଦିଲ୍ଲୀ ୨୪/୭: ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଅମଲା ଶଙ୍କରଙ୍କ ଶୁକ୍ରବାର ସକାଳେ କୋଲକାତାରେ ପରଲୋକ ହୋଇଯାଇଛି। ତାଙ୍କୁ ୧୦୧ବର୍ଷ ହୋଇଥିଲା। ଅମଲା କିଛି ଦିନ ହେବ ରୋଗ ଶଯ୍ୟାରେ ଥିଲେ। ସେ ନିଜ ଘରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ଅମଲା ଶଙ୍କରଙ୍କ ନାତୁଣୀ ଶ୍ରୀନନ୍ଦା ଶଙ୍କର ତାଙ୍କ ପରଲୋକର ସୂଚନା ସୋସିଆଲ୍ ମିଡିଆରେ ଦେଇଥିଲେ।

{"id":304797,"sizeSlug":"large"}

ଅମଲା ଶଙ୍କରଙ୍କ ପରଲୋକରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋକ ପ୍ରକାଶ କରିଥିଲେ। ମମତା ବାନାର୍ଜୀ କହିଛନ୍ତି ଯେ ଅମଲା ଶଙ୍କରଙ୍କ ଚାଲିଯିବା ଫଳରେ ଡାନ୍ସ ଜଗତ ପାଇଁ ଅପୂରଣୀୟ କ୍ଷତି।

{"id":304798,"sizeSlug":"large"}

୧୯୧୯ମସିହାରେ ଅମଲାଙ୍କ ଜନ୍ମ ଜସୋରରେ ହୋଇଥିଲା। ଅମଲାଙ୍କ ପରିବାର ଆରମ୍ଭରୁ କଳା କ୍ଷେତ୍ର ସହ ଜଡ଼ିତ ଥିଲା। ୧୯୩୦ମସିହାରେ ସେ ନିଜ ଗୁରୁ ଏବଂ ତାଙ୍କ ଭାବୀ ସ୍ବାମୀ ଉଦୟ ଶଙ୍କରଙ୍କୁ ପ୍ରଥମ ଥର ଭେଟିଥିଲେ। ସେତେବେଳେ ଅମଲାଙ୍କ ବୟସ ମାତ୍ର ୧୧ବର୍ଷ ଥିଲା।

{"id":304800,"sizeSlug":"large"}

ଅମଲା ନିଜ ପ୍ରଥମ ପରଫର୍ମାନ୍ସ ୧୯୩୧ମସିହାରେ ବେଲଜିୟମରେ ଦେଇଥିଲେ। ୧୯୩୯ମସିହାରେ ଅମଲା ଏକ ଡାନ୍ସ ଗ୍ରୃପ୍ ସହ ଚେନ୍ନାଇରେ ପରଫର୍ମାନ୍ସ ଦେଇଥିଲେ। ସେହି ସମୟରେ ଉଦୟ ତାଙ୍କୁ ବିବାହ କରିବାକୁ ପ୍ରପୋଜ କରିଥିଲେ। ୧୯୪୨ମସିହାରେ ଅମଲା ଏବଂ ଉଦୟ ବିବାହ କରିଥିଲେ। ଉଭୟଙ୍କ ଗୋଟିଏ ଝିଅ ମମତା ଏବଂ ଗୋଟିଏ ପୁଅ ଆନନ୍ଦ । ଦୁହେଁ ସଙ୍ଗୀତ ଏବଂ କଳା କ୍ଷେତ୍ର ସହ ଜଡ଼ିତ।

{"id":304809,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.