ଭୁବନେଶ୍ଵର୦୮।୦୩: ପ୍ରକାଶ ପାଇନି ଚୂଡାନ୍ତ ପାର୍ଥୀ ତାଲିକା । କିନ୍ତୁ ପୌର ସଂସ୍ଥା ଦଖଲ ନେଇ ଆରମ୍ଭ ହୋଇଗଲାଣି ଅଙ୍କ କଷା । ୧୦୯ ପୌର ସଂସ୍ଥାରୁ ୧୦୦ ପୌର ସଂସ୍ଥା ଦଖଲ କରିବାକୁ ଦାବି କରିଛି ବିଜେଡି। ଏପଟେ ବିଜେପି କହିଛି ପଞ୍ଚାୟତ ନିର୍ବାଚନର ପ୍ରଭାବ ପୌରରେ ପଡିବ ନାହିଁ । ପୌର ନିର୍ବାଚନରେ ଦଳ ଶତପ୍ରତି ଦେବ ତେଣୁ ବିଜେପି ଭଲ କରିବ । ଏପଟେ କଂଗ୍ରେସ ୩୦ ମ୍ୟୁନିସିପାଲଟି ଦଖଲ କରିବା ଲକ୍ଷ୍ୟରେ ରହିଛି । ତେବେ ଦୁଇ ଦଳକୁ ଘାରିଛି ବିଦ୍ରୋହୀ ଚିନ୍ତା । ତେଣୁ ବିଜେଡି ଫ୍ଲୋର ମ୍ୟାନେଜମେଣ୍ଟ ଉପରେ ଅଧିକ ଧ୍ୟାନ ଦେଉଥିବା ବେଳେ ବିଜେପି ଦଳ ଭିତରେ ସମାଧାନ କରିବାକୁ ଉଦ୍ୟମ ଚଳାଇଛି।
{"id":597615,"sizeSlug":"full","linkDestination":"none"}ଚୂଡାନ୍ତ ପ୍ରାର୍ଥୀ ତାଲିକା ବାହାରିନି। ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ କାଲି ଅଛି। ଏହା ଭିତରେ ଏକାଧିକ ପ୍ରାର୍ଥୀଙ୍କ ଟେନସନ ଘାରିଛି ରାଜନୈତିକ ଦଳଙ୍କୁ । ଦଳୀୟ ପ୍ରାର୍ଥୀଙ୍କ ଆଗରେ କଣ୍ଟା ହୋଇପାରନ୍ତି ନିର୍ଦ୍ଦଳୀୟ ପ୍ରାର୍ଥୀ। ଦଳୀୟ କନ୍ଦଳ ଏବେ ବି ଥମିନି । ଏବେ ବି ଆଶାୟୀ ପ୍ରାର୍ଥୀଙ୍କୁ ଦଳର ଶୀର୍ଷ ନେତୃତ୍ବଙ୍କ ଘର ଆଗରେ ଦେଖିବାକୁ ମିଳୁଛି । ତେଣୁ ଏକାଧିକ ଆଶାୟୀ ପ୍ରାର୍ଥୀ ଥିବାରୁ ବିଜେଡି ଫ୍ଲୋର ମ୍ୟାନେଜମେଣ୍ଟ ଉପରେ ଅଧିକ ଫୋକସ କରୁଛି ବୋଲି କହିଛନ୍ତି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ। ଏଥିସହିତ କହିଛନ୍ତି ପଞ୍ଚାୟତ ଭଳି ପୌର ନିର୍ବାଚନରେ ବି ବିଜେଡିର ହାୱା ବହିବ। ତିନି ମହାନଗର ନିଗମକୁ ଦଖଲ କରିବା ସହିତ ୧୦୬ ଏନଏସି ଏବଂ ମୁନିସିପାଲିଟିରୁ ୧୦୦ ରୁ ଅଧିକ କବଜା କରିନେବ ବୋଲି ବିଜେଡି ଦାବି କରିଛି। ବିଜେଡି କହିଛି ପୌରଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରାଇଛନ୍ତି ତେଣୁ ଭୋଟ ହାର ବଢ଼ିବ ।
{"id":597616,"sizeSlug":"full","linkDestination":"none"}ପଞ୍ଚାୟତ ନିର୍ବାଚନ ଫଳାଫଳରେ ଧାରାଶୟୀ ବିଜେପି କିନ୍ତୁ ପୌର ନିର୍ବାଚନରେ ପଦ୍ମ ଫୁଟାଇବାକୁ ଲକ୍ଷ୍ୟ ରଖିଛି। ପଞ୍ଚାୟତ ନିର୍ବାଚନର ଫଳ ପୌରରେ ପଡିବ ନାହିଁ ବୋଲି କହିଛି । ହେଲେ ଏକାଧିକ ପ୍ରାର୍ଥୀଙ୍କୁ ନେଇ ଦଳୀୟ କନ୍ଦଳ ବି ବିଜେପି ପାଇଁ ଚିନ୍ତାର କାରଣ ପାଲଟିଛି। ଯାହାର ଝଲକ କାଲି ପ୍ରାର୍ଥୀପତ୍ର ଦାଖଲ ସମୟରେ ସାମ୍ନାକୁ ଆସିଥିଲା। କିନ୍ତୁ ବିଜେପି ଏହାକୁ ଆଜି ଖଣ୍ଡନ କରି କହିଛି ପୌର ନିର୍ବାଚନରେ ବିଜେପି ସମସ୍ତଙ୍କ ସହିତ ଆଲୋଚନା କରି ଭଲ ପ୍ରାର୍ଥୀ ଦେଇଛି।
ଏପଟେ କଂଗ୍ରେସ ପଞ୍ଚାୟତ ଭଳି ନିର୍ଦ୍ଧିଷ୍ଟ ମ୍ୟୁନିସପାଲଟି ଓ ଏନ୍ଏସିକୁ ଟାର୍ଗେଟ କରିଛି । ଦଳ କହିଛି ଅତି କମ୍ରେ ୩୦ ଟି ମ୍ୟୁନିସପାଲଟି କବଜା କରିବୁ। ପୌର ନିର୍ବାଚନ ପାଇଁ ମାର୍ଚ୍ଚ ୨୪ରେ ପଡିବ ଭୋଟ । ୨୬ ରେ ଫଳାଫଳ ବାହାରିବ। ସେହିଦିନ ସ୍ପଷ୍ଟ ହେବ ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ବିଜେଡି ଲମ୍ବା ଡିଆଁ ମାରୁଛି ନା ବିରୋଧୀ ଏଥର କିଛି କମାଲ କରୁଛନ୍ତି।