ନୂଆଦିଲ୍ଲୀ ୦୮/୦୨ : ହଲିଉଡ଼ର ଫେମସ୍ ଫିଲ୍ମ ଏଡିଟର ତଥା ସ୍କ୍ରିନ୍ ରାଇଟର ରବର୍ଟ ସି ଜୋନ୍ସଙ୍କର ୮୪ ବର୍ଷ ବୟସରେ ପରଲୋକ ହୋଇଛି । ରବର୍ଟଙ୍କୁ 'ଗେସ୍ ହୁଜ୍ କମିଙ୍ଗ ଟୁ ଡିନର' ଏବଂ 'ଲଭ୍ ଷ୍ଟୋରି ପାଇଁ' ଜଣାଯାଏ । ଯୁଦ୍ଧ ଉପରେ ଆଧାରିତ ଫିଲ୍ମ ‘କମିଙ୍ଗ ହୋମ୍’ ପାଇଁ ତାଙ୍କୁ ଓସ୍କାର ପୁରସ୍କାର ମିଳିଥିଲା । ବେଷ୍ଟ ସ୍କ୍ରିନପ୍ଲେ ପାଇଁ ତାଙ୍କୁ ସମ୍ମାନଜନକ ଓସ୍କାର ଆୱାର୍ଡ ଦିଆଯାଇଥିଲା ।
ସୂଚନା ଅନୁସାରେ, ସେ ଅନେକ ଦିନ ଧରି ବାର୍ଦ୍ଧକ୍ୟଜନୀତ ରୋଗରେ ପୀଡିତ ଥିଲେ । ଗତ ୧ ଫେବୃଆରୀରେ ରବର୍ଟ ଲସ୍ ଏଞ୍ଜଲସ୍ ସ୍ଥିତ ନିଜ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପିତାଙ୍କ ମୃତ୍ୟୁର ସୂଚନା ତାଙ୍କ ଝିଅ ଲେସ୍ଲୀ ଦେଇଥିଲେ ।
{"id":405603,"width":577,"height":384,"sizeSlug":"large","linkDestination":"none"}ଲେସ୍ଲୀ ନିଜେ ମଧ୍ୟ ଜଣେ ଫିଲ୍ମ ଏଡିଟର । ସେ କହିଛନ୍ତି,'ମୋ ଫିଲ୍ମ ଏଡିଟିଙ୍ଗ କ୍ୟାରିୟର ରେ ମୋ ବାପାଙ୍କର ବିଶେଷ ଭୂମିକା ରହିଛି । ତାଙ୍କ ସହିତ ଅନେକ ଫିଲ୍ମରେ ସହାୟକ ଭାବରେ କାମ ମଧ୍ୟ କରିଛି । ସେ ଆହୁରି ମଧ୍ୟ କହିଛନ୍ତି , ବାପାଙ୍କ ପରି ମୁଁ ଫିଲ୍ମ ସ୍କୁଲକୁ ଯାଇ ନାହିଁ କିମ୍ବା ଫିଲ୍ମ ଏଡିଟିଂ ପାଇଁ କୌଣସି ଆନୁଷ୍ଠାନିକ ତାଲିମ ନେଇ ନାହିଁ । ମୁଁ ଏହା ଶିଖିଛି ଯେ ଏଡିଟିଙ୍ଗ ପାଇଁ କୌଣସି ନିର୍ଦ୍ଦିଷ୍ଟ ଦକ୍ଷତା ଆବଶ୍ୟକ ନାହିଁ । ସେ ମୋତେ ଶିଖାଇଥିଲେ ଯେ ପ୍ରତିଭା ସର୍ବଦା ଦୟା, ନିଷ୍ଠା, ସତ୍ୟ, ସତ୍ୟତାର ସନ୍ଧାନ ଏବଂ ପ୍ରମାଣିକତା ରେ ଦେଖାଯାଇଥାଏ ।'
ରବର୍ଟଙ୍କର ଜନ୍ମ ୩୦ ମାର୍ଚ୍ଚ ୧୯୩୬ରେ ହୋଇଥିଲା । ସେ କଲେଜର ପାଠପଢ଼ା ଅଧାରୁ ଛାଡି 20th century fox ରେ ସିପିଙ୍ଗ ରୁମ୍ ରେ କାମ କରିବାକୁ ଲାଗିଥିଲେ । ସେ ୧୯୫୫ରେ ଫିଲ୍ମ 'ଅନ୍ଟମେଣ୍ଟ' ଏବଂ 'ଦ ଲଙ୍ଗ୍ ହଟ୍ ସମର'ରେ ଆସିଷ୍ଟାଣ୍ଟ ଫିଲ୍ମ ଏଡିଟର ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ।