ମେମଫିସ୍ : ମୋଟର ସ୍ପୋର୍ଟସ ଜଗତକୁ ଝଟକା। କୋଭିଡରେ ପ୍ରଶିଦ୍ଧ କାର ରେସର ଜିମ୍ ପେସ୍ଙ୍କ ପରଲୋକ ହୋଇଛି। ୫୯ ବର୍ଷ ବୟସ୍କ ପେସ୍ ମେମଫିସ୍ରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ତାଙ୍କ ପରିବାର ଲୋକେ ସୂଚିତ କରିଛନ୍ତି। ଏହି ଆମେରିକୀୟ ସ୍ପୋର୍ଟସ କାର ରେସର ୧୯୯୬ ମସିହାରେ ୨୪ ଘଣ୍ଟିଆ ଡୋଟୋନା ବିଜେତା ଥିଲେ।
{"id":362143,"width":576,"height":326,"sizeSlug":"large"}୧୯୮୮ ବାର୍ବର ସାବ ପ୍ରୋ ସିରିଜରେ କ୍ୟାରିୟର ଆରମ୍ଭ କରିଥିଲେ ପେସ୍ । ଏହା ପରେ ସେ ଖୁବ୍ ଶୀଘ୍ର ସ୍ପୋର୍ଟସ କାର ରେସିଂ ଜଗତକୁ ପ୍ରବେଶ କରିବା ସହ ୧୯୯୦ ମସିହା ବେଳକୁ ଜିଟିୟୁ ରେ ଭାଗ ନେଉଥିବା ଦେଖାଯାଇଥିଲା। କେବଳ ଡେଟୋନା ନୁହେଁ ସେ ଲି ମ୍ୟାନସ୍ ୨୪ ଘଣ୍ଟିଆ ରେସିଂରେ ମଧ୍ୟ ଭାଗ ନେଉଥିଲେ। ୨୦୦୭ ମସିବା ବେଳକୁ ସେ ରୋଲେକ୍ସ ସ୍ପୋର୍ଟସ କାର ସିରିଜ୍ ଜିଟି କ୍ଲାସ୍ରେ ନିୟମିତ ଅଂଶଗ୍ରହଣ କରୁଥିଲେ।