ଭୁବନେଶ୍ୱର ୦୯।୦୯ : ରାଜଧାନୀ ଭୁବନେଶ୍ବରରେ ଅଭାବନୀୟ ଘଟଣା । ସୀମା ଟପିଲା ସାବତ ମାଆର ନିର୍ଯାତନା । ଚାରିଦିନ ଧରି ସାବତ ମାଆ ନିର୍ଯାତନା ଦେଉଥିବା ବେଳେ ଆଜି ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ।

ଖବର ଅନୁଯାୟୀ, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଇଶାନେଶ୍ୱର ବସ୍ତିରେ ସାବତ ମାଆର ନିର୍ଯାତନା ସୀମା ଟପିଲା । ୮ ବର୍ଷର ନାବାଳକକୁ ନିର୍ଘାତ ମାଡ ମାରିଥିବାର ଅଭିଯୋଗ ହୋଇଛି । ପାଠ ନଆସିବାରୁ ଶିଶୁକୁ ବାଡ଼େଇ ଦାନ୍ତ ଭାଙ୍ଗିବା ଅଭିଯୋଗ । ଏପିରିକି ଚାରିଦିନ ଧରି ସାବତ ମାଆ ନିର୍ଯାତନା ଦେଇ ଆସୁଥିଲେ । ଏସଂପର୍କରେ ଖବର ପାଇ ଆଜି ନାବାଳକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ। ବାପା ନଥିବା ବେଳେ ନିର୍ଯାତନା ଦେଇଥିଲେ ସାବତ ମାଆ। ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି ଶିଶୁକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।