ମରିବା ପରେ ବି ପିଛା ଛାଡ଼ୁନି ବିବାଦ : ପୋଷାକ ଏବଂ ଜୀବନଶୈଳୀକୁ ନେଇ ଆକ୍ରୋଶର ଶିକାର ହୋଇଛନ୍ତି ପାକିସ୍ତାନୀ ମଡେଲ୍ ଜାରା ଆବିଦ

Published By : Prameya-News7 Bureau | May 26, 2020 IST

ଇସଲାମାବାଦ ୨୬/୫: ପାକିସ୍ତାନରେ ଶୁକ୍ରବାର ହୋଇଥିବା ବିମାନ ଦୁର୍ଘଟଣାରେ ଜୀବନ ହାରିଥିବା ମଡେଲ୍ ଜାରା ଆବିଦଙ୍କୁ ଧାର୍ମିକ ମୌଳବାଦୀ ଜୋରସୋରରେ ଟ୍ରୋଲ୍ କରୁଛନ୍ତି। ଆବିଦଙ୍କ ମୃତ୍ୟୁବରଣ କରିବା ପରେ ମଧ୍ୟ ତାଙ୍କ ପୋଷାକ ଏବଂ ଲାଇଫଷ୍ଟାଇଲକୁ ନେଇ ଅପମାନଜନକ ମନ୍ତବ୍ୟ ଶୁଣାଯାଉଛି। ଟ୍ରୋଲର୍ସଙ୍କ ସଂଖ୍ୟା ଏବଂ ଅଶ୍ଳୀଳ କମେଣ୍ଟ୍ କାରଣରୁ ଆବିଦଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟକୁ ଡିଆକ୍ଟିଭେଟ୍ କରିବାକୁ ପଡ଼ିଛି।

{"id":276557,"sizeSlug":"large"}

ବିମାନ ଦୁର୍ଘଟଣା ପରେ ଜାରା ଆବିଦଙ୍କ ଜୀବିତ ଥିବାର ଗୁଜବ ହୋଇଥିଲା କିନ୍ତୁ ପରେ ତାଙ୍କ ପରିବାର ଲୋକେ ସ୍ପଷ୍ଟ କରିଥିଲେ ଯେ ୨୮ବର୍ଷ ବୟସ୍କ ଏହି ମଡେଲଙ୍କ ମୃତ୍ୟୁ ହୋଇ ସାରିଛି। ଧାର୍ମିକ ମୌଳବାଦୀ ତାଙ୍କୁ ମରିବା ପରେ ମଧ୍ୟ ଦଣ୍ଡ ଭୋଗିବାର ଅଭିଶାପ ଦେଉଛନ୍ତି।

{"id":276559,"sizeSlug":"large"}

ଇରଫାନ୍ ନାମକ ୟୁଜର ଲେଖିଛନ୍ତି ଯେ ଯେଉଁମାନେ କହୁଛନ୍ତି ଯେ ବିମାନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଲୋକେ ସ୍ବର୍ଗରେ ଥିବେ ତେବେ ମୁସଲିମ୍ ହେବା ଯୋଗୁଁ ସେ କହିଛନ୍ତି ଯେ ଈଶ୍ବର ସେହି ପାକିସ୍ତାନୀ ମହିଳାଙ୍କୁ ପସନ୍ଦ କରନ୍ତି ନାହିଁ ଯେଉଁମାନେ ନିଜର ଅଙ୍ଗ ପ୍ରଦର୍ଶନ କରିଥାନ୍ତି। ସ୍ବର୍ଗ କେବଳ ଶୁଦ୍ଧ ପୁରୁଷ ଏବଂ ଶୁଦ୍ଧ ମହିଳାଙ୍କ ପାଇଁ।

{"id":276563,"sizeSlug":"large"}

ଅନେକ ଲୋକ ଜାରାଙ୍କ ସମର୍ଥନ ପାଇଁ ମଧ୍ୟ ଆକ୍ଟିଭ ଦେଖାଯାଇଥିଲେ। ଜଣେ ୟୁଜର ଲେଖିଥିଲେ ଯେ କିଛି ଲୋକ ନିଜ ବୃତ୍ତିକୁ ବଞ୍ଚାଇବା ପାଇଁ ଜାରା ଆବିଦଙ୍କ ମୃତ୍ୟୁର ବ୍ୟବହାର କରୁଛନ୍ତି। ଯେଉଁମାନେ ତାଙ୍କ କାମକୁ ଖରାପ କହୁଛନ୍ତି ସେମାନେ ଠିକ୍। ତାଙ୍କ ପାଇଁ ଆମକୁ ପ୍ରାର୍ଥନା କରିବା ଉଚିତ୍।

{"id":276561,"sizeSlug":"large"}

ଜାରା ଆବିଦ ଅନେକ ପ୍ରସିଦ୍ଧ ଫ୍ୟାଶନ ବ୍ରାଣ୍ଡ ସହ କାମ କରିଥିଲେ। ଏବର୍ଷ ଜାନୁୟାରୀରେ ତାଙ୍କୁ ଶ୍ରେଷ୍ଠ ଫିମେଲ୍ ମଡେଲର ଆଓ୍ବାର୍ଡ଼ ମିଳିଥିଲା। ଏବର୍ଷ ଶେଷରେ ମଧ୍ୟ ଜାରା ଏକ ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭାବେ କାମ କରିଥାନ୍ତେ।

{"id":276564,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.