ପାର୍ବଣ ପୂର୍ବରୁ ଶ୍ରମିକଙ୍କୁ ମୋଦୀ ସରକାରଙ୍କ ଭେଟି, ବଢିଲା ସର୍ବନିମ୍ନ ମଜୁରି

Published By : Prameya-News7 Bureau | September 26, 2024 IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦରବୃଦ୍ଧିକୁ ଦୃଷ୍ଟିରେ ରଖି ଶ୍ରମିକଙ୍କ ସର୍ବନିମ୍ନ ମଜୁରିରେ ବୃଦ୍ଧି ଘୋଷଣା କରିଛନ୍ତି । ଗୁରୁବାର ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଏକ ବୟାନ ଜାରି କରି କହିଛି ଯେ ସରକାର ସର୍ବନିମ୍ନ ମଜୁରି ବଢାଇଛନ୍ତି ଏବଂ ଭେରିଏବଲ ଡିୟରନେସ ଆଲାଉନ୍ସ (ଭିଡିଏ)କୁ ସଂଶୋଧନ କରିଛନ୍ତି । ଏହି ନିଷ୍ପତ୍ତି ପରେ ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କୁ ବର୍ଦ୍ଧିତ ଦରଦାମ ଏବଂ ଜୀବନଯାବନ ଖର୍ଚ୍ଚର ସାମନା କରିବାରେ ସାହାଯ୍ୟ କରିବ ।

ସଂଶୋଧିତ ଜରୁରିର ଲାଭ ସେହି ଶ୍ରମିକଙ୍କୁ ମିଳିବ ଯେଉଁମାନେ ନିର୍ମାଣ, ଲୋଡିଂ-ଅନଲୋଡିଂ, ସିକ୍ୟୁରିଟି ଗାର୍ଡ, ସଫେଇ, ହାଉସକିପିଂ, ଖନନ ଏବଂ କୃଷି ପରି କାର୍ଯ୍ୟରେ ଲିପ୍ତ ଅଛନ୍ତି ଏବଂ ଯାହା କେନ୍ଦ୍ର ସରକାରଙ୍କ ପରିଧିରେ ଆସୁଛି । ଏହି ନିଷ୍ପତ୍ତି ଦ୍ୱାରା ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ ଏବଂ ସେମାନଙ୍କ ଆୟ ବଢିବ ।

ନୂଆ ମଜୁରି ୨୦୨୪ ଅକ୍ଟୋବର ୧ରୁ ଲାଗୁ ହେବ । ଏହା ପୂର୍ବରୁ ୨୦୨୪ ଏପ୍ରିଲରେ ପାରିଶ୍ରମିକ ମୂଲ୍ୟରେ ପରିବର୍ତ୍ତନ କରାଯାଇଥିଲା । ଶ୍ରମିକଙ୍କ ସର୍ବନିମ୍ନ ମଜୁରି ସେମାନଙ୍କ କୌଶଳ ସ୍ତର ଏବଂ ଭୌଗଳିକ କ୍ଷେତ୍ର ଆଧାରରେ ସ୍ଥିତ କରାଯାଇଛି । କୌଶଳ ସ୍ତର ହିସାବରେ ଶ୍ରମିକଙ୍କୁ ଅଣକୁଶଳୀ, ଅର୍ଦ୍ଧ-କୁଶଳୀ, ଅଧିକ-କୁଶଳୀ ଶ୍ରେଣୀରେ ଭାଗ କରାଯାଇଛି । ଅନ୍ୟପଟେ ଭୌଗଳିକ କ୍ଷେତ୍ରରେ ଏ, ବି ଏବଂ ସି ଶ୍ରେଣୀରେ ବିଭକ୍ତ କରାଯାଇଛି ।

ସଂଶୋଧନ ପରେ କ୍ଷେତ୍ର Aର ଅଣକୁଶଳୀ ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରି ୭୮୩ ଟଙ୍କା ପ୍ରତିଦିନ ହୋଇଛି । ଅର୍ଦ୍ଧ-କୁଶଳୀଙ୍କ ପାଇଁ ଏହା ୮୬୮ ଟଙ୍କା ହୋଇଛି । ଏବଂ ଅତ୍ୟଧିକ କୁଶଳୀଙ୍କ ପାଇଁ ୯୫୪ ଟଙ୍କା ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.