ଡେରିରେ ହେଉ ପଛେ ମନେ ପଡିଲା, ପୂଣ୍ୟତିଥିରେ ପୁନଃସ୍ଥାପନ ହେବ ଭଜନ ସମ୍ରାଟଙ୍କ ପ୍ରତିମୂର୍ତ୍ତି

Published By : Prameya-News7 Bureau | October 27, 2024 IST

କଟକ୨୭/୧୦: ଭଜନ ସମ୍ରାଟଙ୍କୁ ମିଳିବ ଉପଯୁକ୍ତ ମର୍ଯ୍ୟାଦା । କଟକର   ବୈଷ୍ଣବ ପାଣି ପାର୍କରେ ପୁନ୍ଃସ୍ଥାପିତ ହେବ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି  । ନଭେମ୍ବର ୨, ଶ୍ରାଦ୍ଧ ଦିବସ ଅବସରରେ ତାଙ୍କର ପୂର୍ଣ୍ଣ ଅବୟବର  ପ୍ରତିମୂର୍ତ୍ତି ରଖାଯିବ । ପାଖାପାଖି ୨ ବର୍ଷ ପରେ ତାଙ୍କୁ ଉପଯୁକ୍ତ ମର୍ଯ୍ୟାଦା ଦେବାକୁ ଅଣ୍ଟା ଭିଡିଛି କଟକ ମହାନଗର ନିଗମ । ସିଏମ୍‌ସିର ଗୋଦାମ ଘରେ ଅବହେଳିତ ଅବସ୍ଥାରେ ପଡିରହିଥିବା ପ୍ରତିମୂର୍ତ୍ତି ଉପରୁ କପଡା ହଟାଯିବ । ୫ରୁ ୬ ଦିନ ମଧ୍ୟରେ କାମ ଶେଷ କରିବାକୁ ଟାର୍ଗେଟ ରଖାଯାଇଛି । ଶନିବାର କ୍ଷେତ୍ର ପରିଦର୍ଶନ ପରେ ଏହି ସୂଚନା ଦେଇଛନ୍ତି ମେୟର । 

ନେତାଜୀ ବସ୍‌ ଟର୍ମିନାଲ ନିର୍ମାଣ ପାଇଁ ଭଜନ ସମ୍ରାଟ ଭିକାରୀ ବଳ ଓ ଗଣକବି ବୈଷ୍ଣବ ପାଣିଙ୍କ ପ୍ରତିମୂର୍ତ୍ତି ଏହି ସ୍ଥାନରୁ କାଢି ନିଆଯାଇଥିଲା ।ଗଣକବିଙ୍କ ପ୍ରତିମୂର୍ତ୍ତି ପୁନଃସ୍ଫାପନ ହେଲା କିନ୍ତୁ ଭଜନ ସମ୍ରାଟଙ୍କ କଥା ଭୁଲିଗଲା ପ୍ରଶାସନ । ସିଏମ୍‌ସିର ଗୋଦାମ ଘରେ ତାଙ୍କ ପ୍ରତିମୂର୍ତ୍ତିକୁ ଅବହେଳିତ ଅବସ୍ଥାରେ ରଖାଯାଇଥିଲା । ଯାହାକୁ ନେଇ ଆମେ ସ୍ବର ଉତ୍ତୋଳନ କରିଥିଲୁ । ସେତେବେଳେ ମେୟର ସଫେଇ ଦେଇଥିଲେ ରିଙ୍ଗ ରୋଡ୍‌ର ସଂପ୍ରସାରଣ କାମ ସରିବା ମାତ୍ରେ ପ୍ରତିମୂର୍ତ୍ତି ପୂନର୍ବାର ସ୍ଥାପନା କରାଯିବ । ଅବଶ୍ୟ ରାସ୍ତା ନିର୍ମାଣରେ ଅନେକ ବିଳମ୍ବ ହୋଇଛି । ଡେରିରେ ହେଉ ପଛେ ସିଏମ୍‌ସିର ଏହି ନିଷ୍ପତ୍ତିକୁବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । 


ବୈଷ୍ଣବ ପାଣି ପାର୍କରୁ କେବଳ ମୂର୍ତ୍ତି ଅପସାରିତ ହୋଇନଥିଲା, ନେତାଜୀ ବସ୍‌ ଟର୍ମିନାଲ ନିର୍ମାଣ ପାଇଁ ଏହି ପାର୍କକୁ ସଂକୁଚିତ କରାଯାଇଥିଲା । କେବଳ ସେତିକି ନୁହେଁ  ବିଶ୍ବନାଥ ପଣ୍ଡିତ ପାର୍କକୁ ମଧ୍ୟ ବସ ଟର୍ମିନାଲରେ ମିଶାଇ ଦିଆଗଲା। ଏବେ କିନ୍ତୁ ନୂଆ ପାର୍କ ନିର୍ମାଣ କରାଯିବାର ପ୍ରତିଶୃତି ଦେଇଛନ୍ତି ମେୟର । ଏବେ କେବଳ ସମୟକୁ ଅପେକ୍ଷା । 

 

 

 

 

 

  • cuttack
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.