ଜେରୁଜେଲମରେ ଲୋକଙ୍କ ଉପରେ ମାଡିଗଲା କାର୍: ୧୦ ଆହତ, ୨ ପୁଲିସଙ୍କୁ ଛୁରାମାଡ଼

Published By : Prameya-News7 Bureau | February 27, 2025 IST

indiatoday

ଜେରୁଜେଲମ: ଇସ୍ରାଏଲ ବସ୍‌ ଷ୍ଟାଣ୍ଡରେ ଯାତ୍ରୀଙ୍କ ଉପରେ ଚଢ଼ିଗଲା କାର୍। ଘଟଣାରେ ୮ ଜଣ ଆହତ ହୋଇଛନ୍ତି। ଏନେଇ ଜେରୁସାଲେମ ପୋଷ୍ଟରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଇସ୍ରାଏଲ ପୋଲିସ ଏହି ଘଟଣାକୁ ଏକ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ଭାବି ତଦନ୍ତ ଆରମ୍ଭ କରିଛି। 

ଇସ୍ରାଏଲର ଜାତୀୟ ଜରୁରୀକାଳୀନ ଚିକିତ୍ସା ସେବା ମାଗେନ୍ ଡେଭିଡ୍ ଆଡୋମ(ଏମ୍‌ଡିଏ)ର ସୂଚନା ଅନୁଯାୟୀ, ସ୍ଥାନୀୟ ସମୟ ପ୍ରାୟ ଅପରାହ୍ନ ୪.୧୮ରେ ଜାତୀୟ ରାଜପଥ ୬୫ରେ ପରଦେସ୍ ହାନ୍ନା-କାରକୁର ଛକ ନିକଟରେ ଏହି ଘଟଣା ଘଟିଛି। 

ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଅଛି। ଆହତଙ୍କ ମଧ୍ୟରେ ପାଞ୍ଚ ଜଣ ପୁରୁଷ ଏବଂ ତିନି ଜଣ ମହିଳା ଅଛନ୍ତି, ଯାହାଙ୍କ ବୟସ ୨୦ ରୁ ୭୦ ବର୍ଷ ମଧ୍ୟରେ ବୋଲି ଏମ୍‌ଡିଏ ସ୍ଥାନୀୟ ଗଣମାଧ୍ୟମ ସୂଚନା ଦେଇଛି। ଇସ୍ରାଏଲୀ ଗଣମାଧ୍ୟମରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଆକ୍ରମଣ ସମୟରେ କାରକୁର ଛକରେ ଦୁଇଜଣ ପୋଲିସ ଅଧିକାରୀଙ୍କୁ ମଧ୍ୟ ଛୁରାମାଡ଼ କରାଯାଇଥିଲା। ଆକ୍ରମଣକାରୀଙ୍କୁ ଘଟଣାସ୍ଥଳରେ ପୋଲିସ ଗୁଳି କରି ମାରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.