ଭୁବନେଶ୍ବର୧୫/୧୨: ୧୦ ଲକ୍ଷ ଟଙ୍କାର ଲାଞ୍ଚ କାରବାର ମାମଲା । ବଢୁଛି IAS ବିଷ୍ଣୁପଦ ସେଠୀଙ୍କ ପାଇଁ ବିପଦ । ରବିବାର ସିବିଆଇରେ ହାଜର ହୋଇପାରନ୍ତି ବିଷ୍ଣୁପଦ । ୧୧ ତାରିଖରେ ହାଜର ପାଇଁ ସମନ୍ କରିଥିଲା ସିବିଆଇ । । ଦ୍ବିତୀୟ ଥର ସମନ୍ ପଠାଇ ହାଜର ପାଇଁ ୧୪ ତାରିଖ କୁହାଯାଇଥିଲା । ହେଲେ ସେ ଏହାକୁ ଏଡାଇ ଯାଇଥିବା ଜଣାପଡିଛି । ଶନିବାର ବିଷ୍ପୁପଦ ସେଠୀଙ୍କ ୨ ଡ୍ରାଇଭର ନୃସିଂହ ଶତପଥୀ ଓ ତୁଷାରଙ୍କୁ ଜେରା କରିଛନ୍ତି ସିବିଆଇ ଅଧିକାରୀ । ଉଭୟଙ୍କୁ ବିଭିନ୍ନ ପ୍ରସଙ୍ଗରେ ଜେରା କରାଯାଇଛି ।
ଗତ ୭ ତାରିଖରେ ବିଷ୍ଣୁପଦ କେଉଁ କେଉଁ ସ୍ଥାନରୁ ଯାଇଥିଲେ ତନାଘନା କରାଯାଇଛି । ସେପଟେ ମାମଲାରେ ଗିରଫ ୩ ଅଭିଯୁକ୍ତ ବିଲ୍ଟର ଦେବଦତ୍ତ ମହାପାତ୍ର, ସନ୍ତୋଷ ମହାରଣା ଓ ବ୍ରିଜ ଆଣ୍ଡ ରୁଫ କଂପାନୀର ଜିଜିଏମ୍ ଚଞ୍ଚଳ ମୁଖାର୍ଜୀଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରାଯାଉଛି । ରବିବାର ରିମାଣ୍ଡର ଚତୁର୍ଥ ଦିନ । ସୋମବାର ୩ଜଣଙ୍କୁ କୋର୍ଟରେ ହାଜର କରିବ ସିବିଆଇ ।
ଗତ ୭ ତାରିଖରେ ଜୟଦେବ ବିହାର ଅଞ୍ଚଳରୁ ଏକ କାରରି ସିବିଆଇ ଅଫିସରମାନେ ୧୦ ଲକ୍ଷ ଟଙ୍କା ନଗଦ ଲାଞ୍ଚ ଟଙ୍କା ଜବତ କରିବା ସହ ୩ ଜଣଙ୍କୁ ଗିରଫ ପରେ ଏହି ଟେଣ୍ଡର ଫିକ୍ସିଂର ନୂଆ ଦିଗ ପଦାକୁ ଆସିଛି ।