କଣ୍ଟାବାଞ୍ଜିରେ ସକ୍ରିୟ ନିଶା ବେପାରୀ, ରାସ୍ତାରୁ ମିଳିଲା ୧୦୦ ବୋତଲ କଫ୍ ସିରପ୍

Published By : Prameya-News7 Bureau | February 17, 2025 IST

କଣ୍ଟାବାଞ୍ଜି ୧୭/୨: କଣ୍ଟାବାଞ୍ଜିରେ ମାତିଛନ୍ତି ନିଶା ବେପାରୀ । ବେଧଡକ ଚାଲିଛି ନିଶା କାରବାର । ରାସ୍ତାରୁ ଜବତ ହୋଇଛି ଶହେ ବୋତଲ କଫ୍‌ସିରପ୍‌ ।  କୌଣସି ସୂତ୍ରରୁ ଖବର ପାଇ ବଙ୍ଗୋମୁଣ୍ଡା ଅବକାରୀ ଥାନା ପକ୍ଷରୁ  କଣ୍ଟାବାଞ୍ଜି-ବଙ୍ଗୋମୁଣ୍ଡା ରାସ୍ତା ଦନ୍ଦରା ଗାଁ ରାସ୍ତାରେ ରେଡ୍‌ କରାଯାଇଥିଲା । ରେଡ୍‌ ବେଳେ ଏତେ ପରିମାଣର କଫ୍‌ସିରପ୍‌ ବୋତଲ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । 

ପ୍ରାୟ ଶହେ ବୋତଲ କଫ୍‌ସିରପ୍‌ ମିଳିଛି । ଘଟଣାରେ ବଙ୍ଗୋମୁଣ୍ଡା ଗାଁର ସୀତାରାମ ସା କୁ ଗିରଫ କରାଯାଇଛି । ନିଶା କାରବାରରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ତାର ଛାନ୍‌ଭିନ୍‌ ଚାଲିଥିବା କହିଛନ୍ତି କଣ୍ଟାବାଞ୍ଜି ଅବକାରୀ ଅଧିକାରୀ ସଚିନ ବେହେରା । 


  • OdishaNews
  • Bolangir
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.