ମଣ୍ଡି ଅବ୍ୟବସ୍ଥା ନେଇ କଂଗ୍ରେସର ୧୨ଘଣ୍ଟିଆ ଭବାନୀପାଟଣା ବନ୍ଦ : ଖୋଲିନି ଦୋକାନ ବଜାର, ଗାଡ଼ି ଚଳାଚଳ ଠପ୍

Published By : Prameya-News7 Bureau | December 28, 2024 IST

କଳାହାଣ୍ଡି ୨୮।୧୨: ମଣ୍ଡିରେ କଟ୍‌ନି ଛଟ୍‌ନି ଅଭିଯୋଗରେ ଭବାନୀପାଟଣା ସଦର ବନ୍ଦ । କଂଗ୍ରେସ ପକ୍ଷରୁ ସକାଳ ୬ଟାରୁ ବନ୍ଦ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯିବ । ଏ ନେଇ କଲେଜ ଛକ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛି ଶହ ଶହ ଗାଡି । ଦୋକାନ ବଜାର ସହ ବସ୍ ଚଳାଚଳ ମଧ୍ୟ ବନ୍ଦ ରହିଛି ।

ମଣ୍ଡି ଅବ୍ୟବସ୍ଥାକୁ ନେଇ କଂଗ୍ରେସ ପକ୍ଷରୁ ଭବାନୀପାଟଣା ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କରାଯାଇଛି l ଧାନର କଟ୍‌ନି ଛଟ୍‌ନି ଓ ମଣ୍ଡି ଅବ୍ୟବସ୍ଥା ନେଇ ଭବାନୀପାଟଣା କଂଗ୍ରେସ ବିଧାୟକ ସାଗର ଚରଣ ଦାସ ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି । ଫଳରେ ସମସ୍ତ ଦୋକାନ ବଜାର ବନ୍ଦ ଥିବାବେଳେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ସଂଖ୍ୟାରେ ଗାଡ଼ି ଛିଡା ହୋଇ ରହିଛି । ଆନ୍ଦୋଳନକାରୀ କହିଛନ୍ତି ସରକାର ଚାଷୀଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛି । ଏଣୁ ଏହାର ପ୍ରତିବାଦରେ ଆନ୍ଦୋଳନ କରାଯାଉଛି ବୋଲି ଆନ୍ଦୋଳନକାରୀ କହିଛନ୍ତି l ଆନ୍ଦୋଳନ ଫଳରେ ଯାତ୍ରୀ ମାନେ ସମସ୍ୟାର ସମ୍ମୁଖିନ ହେଉଥିବା ଦେଖାଦେଇଛି l


You Can Read:

ବନ୍ଦ ହେବ କି ବେଦାନ୍ତ ଫେକର, ଆଶା ଆଶଙ୍କାରେ ଜିଲ୍ଲାପାଳଙ୍କୁ ଭେଟିଲେ କର୍ମଚାରୀ


 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.