କଣ୍ଟାବାଞ୍ଜି ଷ୍ଟେସନରେ ଆତଙ୍କ, ରେଳ ୱାଗନରୁ ୧୨ ଅଫୁଟା ବୋମା ଜବତ

Published By : Prameya-News7 Bureau | February 04, 2025 IST

କଣ୍ଟାବାଞ୍ଜି ୪।୨: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଷ୍ଟେସନର ଏକ ରେଳ ୱାଗନରୁ ବୋମା ଜବତ । ୧୨ଟି ଅଫୁଟା ବୋମା ଜବତ ହୋଇଛି । ଜବତ କରିଛି ରେଲଓ୍ବେ ଅଧିକାରୀ ।

ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନରେ ପ୍ରତିଦିନ ଆସୁଥିବା ରେଳ ୱାଗନକୁ ଯାଞ୍ଚ କରାଯାଇଥାଏ । ରବିବାର ଏକ ଟ୍ରେନ୍ କଣ୍ଟାବାଞ୍ଜି ଷ୍ଟେସନକୁ ଆସିଥିବା ବେଳେ ଗୋଟିଏ ୱାଗନରେ ୧୨ଟି ବୋମା ଥିବା ଅଧିକାରୀ ମାନେ ଦେଖିବାକୁ ପାଇଥିଲେ । ପରେ ଏହାକୁ ଜବତ କରିଥିଲେ ରେଲଓ୍ବେ ଅଧିକାରୀ । ବୋମା ଜବତ ପରେ ଏହା କେଉଁଠୁ ଆସିଲା ଏବଂ କାହାର ସେ ନେଇ ତଦନ୍ତ କରିଥିଲା ରେଳ ବିଭାଗ । ତଦନ୍ତ ପରେ ଏହା ସଇଁନ୍ତଳା ବଡ଼ମାଲ ଗୋଳାବାରୁଦ କାରଖାନାର ବୋମା ବୋଲି ଜଣାପଡିଥିଲା । ପରେ ବୋମା ଗୁଡ଼ିକୁ ସଂପୃକ୍ତ କାରଖାନାକୁ ଫେରାଇ ଦିଆଯାଇଛି ।

ତେବେ ରେଳ ୱାଗନ ଭିତରକୁ ବୋମା କେମିତି ଆସିଲା ତାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଦାୟିତ୍ୱରେ ଥିବା କଣ୍ଟାବାଞ୍ଜି ଷ୍ଟେସନ ମ୍ୟାନେଜରଙ୍କୁ ପଚାରିବାରୁ କୌଣସି ତଥ୍ୟ ଦେବାକୁ ମନା କରିଦେଇଥିଲେ । 

ସେପଟେ, GRP SP ପ୍ରଫୁଲ୍ଲ ଚନ୍ଦ୍ର ବଡ଼ଜେନା କହିଛନ୍ତି, ମହାରାଷ୍ଟ୍ରରୁ ବଡ଼ମାଲ ଗୋଳାବାରୁଦ କାରଖାନାକୁ ଆସିଥିଲା ବିସ୍ଫୋରକ ସାମଗ୍ରୀ । ଅନ୍‌ଲୋଡ୍‌ ସମୟରେ ଗୋଟିଏ ପେଟି ବିସ୍ଫୋରକ ସାମଗ୍ରୀ ରହିଯାଇଥିଲା । କଣ୍ଟାବାଞ୍ଜିରୁ ବିହାରକୁ ଚାଉଳ ଲୋଡ୍ ହୋଇଯିବା ପାଇଁ ୱାଗନଟି କଣ୍ଟାବାଞ୍ଜି ଷ୍ଟେସନରେ ପହଞ୍ଚିଥିଲା । ଚାଉଳ ଲୋଡ଼୍ ସମୟରେ ନଜରକୁ ଆସିଥିଲା ବିସ୍ଫୋରକ ସାମଗ୍ରୀ ପେଟି । ତଦନ୍ତ ପରେ ଘଟଣା ସ୍ପଷ୍ଟ ହୋଇଥିଲା । ପରେ ବଡ଼ମାଲ ଗୋଳାବାରୁଦ କାରଖାନା କର୍ତ୍ତୃପକ୍ଷ ପହଞ୍ଚି ନିଜ ହେପାଜତକୁ ବିସ୍ଫୋରକ ସାମଗ୍ରୀ ପେଟି ନେଇଥିଲା ।

You Can Read:

ମନ୍ତ୍ରୀ ଦେଖାଇଲେ ମହାନତା, ଦୁର୍ଘଟଣାରେ ଗୁରୁତରଙ୍କୁ ପଠାଇଲେ ହସ୍ପିଟାଲ୍

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.