କେନ୍ଦୁଝର ଜିଲ୍ଲାରେ ନିଯୁକ୍ତି ପାଇବେ ୧୩୨୯ ଜଣ କନିଷ୍ଠ ଶିକ୍ଷକ, ଅକ୍ଟୋବରରେ କାର୍ଯ୍ୟରେ ଯୋଗଦେବେ

Published By : Prameya-News7 Bureau | September 26, 2024 IST

କେନ୍ଦୁଝର ୨୬।୯: ରାଜ୍ୟରେ ଶିକ୍ଷାର ମାନ ବୃଦ୍ଧି ପାଇଁ ବାରମ୍ବାର ଶିକ୍ଷକ ନିଯୁକ୍ତି ପାଇଁ ଆନ୍ଦୋଳନ ହୋଇ ଆସୁଥିଲା । କେଉଁଠି ୫ଟି ଶ୍ରେଣୀକୁ ଗୋଟିଏ ଶିକ୍ଷକ ଓ କେଉଁଠି ଗୋଟିଏ ସ୍କୁଲକୁ ଗୋଟିଏ ଶିକ୍ଷକରେ ଚାଲିଥିଲା ଶିକ୍ଷାଦାନ । ସରକାର ବଦଳିବା ପରେ ପ୍ରଥମ କ୍ୟାବିନେଟରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଯାହାକୁ ନେଇ ଏବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତତ୍ପରତା ପ୍ରକାଶ କରିବା ସହ ଜିଲ୍ଲା ପରିଷଦର ଏକ ସ୍ବତନ୍ତ୍ର ବୈଠକରେ ନିଯୁକ୍ତି ପ୍ରକ୍ରିୟାକୁ ଅନୁମୋଦନ କରାଯାଇଛି । ଏଥିରେ ଜିଲ୍ଲାରେ ଖାଲିଥିବା 

୧୫୦୫ କନିଷ୍ଠ ଶିକ୍ଷକ ପଦବୀରୁ ୧୩୨୯ଟି ପଦବୀ ପୂରଣ ନିମନ୍ତେ ସଭାରେ ଅନୁମୋଦନ ହେବା ସହ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି ଓ ଏମାନେ ସମସ୍ତେ ଆସନ୍ତା ଅକ୍ଟୋବର ମାସରେ କାର୍ଯ୍ୟରେ  ଯୋଗଦେବେ ବୋଲି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ କହିଛନ୍ତି ।

You Can Read:

ସାଇବର ଥାନାର ଦ୍ୱାରସ୍ଥ ହେଲେ କଣ୍ଠଶିଳ୍ପୀ ପମି ମିଶ୍ର, ଗୀତ ଚୋରି ନେଇ ପ୍ରଯୋଜନା ସଂସ୍ଥା ନାଁରେ ଅଭିଯୋଗ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.