ଗଛମୂଳରେ ଚରୁଥିଲେ, ବଜ୍ରପାତରେ ଚାଲିଗଲା ୧୪ଗାଈଙ୍କ ଜୀବନ

Published By : Prameya-News7 Bureau | August 15, 2024 IST

ନୟାଗଡ ୧୫: ନୟାଗଡ ସଦର ଥାନା ପାଣିପୋଇଲା ନିକଟରେ ବଜ୍ରପାତ । ବଜ୍ରଘାତରେ ୧୪ ଗାଈଙ୍କ ମୃତ୍ୟୁ ହୋଇଛି । ଆମ୍ବ ଗଛ ମୂଳରେ ଚରୁଥିବା ବେଳେ ବଜ୍ରପାତ ହୋଇଥିଲା । ସୂଚନାଯୋଗ୍ୟ ଯେ, ନୟାଗଡ଼ ଜିଲ୍ଲା ସଦର ଥାନା ପାଣିପୋଇଲା ଚିନିକଳ ସାମ୍ନା ଆମ୍ବ ତୋଟାରେ ବଜ୍ରପାତ ଯୋଗୁଁ ୧୪ ଗାଈଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଖଡଗପ୍ରସାଦ ଏବଂ କାଦୁଆ ଗ୍ରାମର ଗାଇଗୁଡିକୁ ଚରାଇବା ପାଇଁ ଗାଈ ଚରାଳି ଏଠାକୁ ନେଇଥିଲେ । ଅପରାହ୍ନ ପ୍ରାୟ ସାଢେ ୨ଟା ସମୟରେ ହଠାତ ବର୍ଷାପବନ ଆସିବାରୁ ଚରାଳି ଗାଈଗୁଡିଙ୍କୁ ଆମ୍ବ ତୋଟାରେ ଛାଡିଦେଇ ସୁରକ୍ଷିତ ସ୍ଥାନକୁ ଚାଲିଆସିଥିଲେ । ସେହି ସମୟରେ ହଠାତ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ୧୪ ଗାଈଙ୍କ ମୃତ୍ଯୁ ହୋଇଛି ।

You Can Read:

ଚିଲିକା ଅଞ୍ଚଳରେ ନୂତନ ପ୍ରଜାତି ଉଭୟଚର ଆମ୍ଫିପୋଡ୍ ଚିହ୍ନଟ : ଦେଖିବାକୁ ଚିଙ୍ଗୁଡ଼ି ଭଳି, ରଙ୍ଗ ଫିକା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.