ଗର୍ଜନବାହଲରେ ଗର୍ଜିଲା ଗୁଳି, ୧୭ ଜଣକୁ ଅଟକ ରଖି ପଚରାଉଚରା

Published By : Prameya-News7 Bureau | July 05, 2024 IST

ସୁନ୍ଦରଗଡ ୫: କୋଇଲା ବେପାରକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧରେ ସଂଘର୍ଷ । ଶହେ ରାଉଣ୍ଡରୁ ଉର୍ଦ୍ଧ୍ବ ଫାଙ୍କା ଗୁଳି ଚାଳନା । ୧୭ ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ଜିଲ୍ଲା ହେମଗିରି ଥାନା ଗର୍ଜନ ବାହଲ ନିକଟରେ ଥିବା କୋଲ ଓ୍ବସେରିକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧରେ ଖଣ୍ଡଯୁଦ୍ଧ ସହ ଫାଙ୍କା ଗୁଳି ଚାଳନ । ଏହି ଘଟଣାରେ ପୋଲିସ ୧୭ ଜଣକୁ ଅଟକ ରଖି ପଚରାଉଚରା କରୁଛି । 

ଜଣେ ଗୁରୁତର ଆଉ କିଛି ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ କରୁଥିବା ବେଳେ କନିକା ରେଳ ଫାଟକ ପାଖରେ ଉପରକୁ ଫାଙ୍କା ଗୁଳି ଚଳାଇ ଫେରାର ହୋଇଯାଇଥିଲେ । ଏସ୍‌ପିଙ୍କ ନେତୃତ୍ବରେ ୧୫ ଜଣିଆ ଟିମ୍ ଗଠନ କରାଯାଇ ଏହି ଘଟଣାର ତଦନ୍ତ କରାଯାଇଛି । ଘଟଣାସ୍ଥଳରେ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିଛି ।

You Can Read:

ଔପଦା ଟ୍ରିପଲ ମର୍ଡର ଘଟଣାର ତଦନ୍ତ ପାଇଁ ପହଞ୍ଚିଲା ସାଇଣ୍ଟିଫିକ୍ ଟିମ୍, ସିନ୍ ରିକ୍ରିଏସନ୍ କଲା ପୋଲିସ

 

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.