କଲମ୍ବିଆରେ ବିମାନ ଦୁର୍ଘଟଣା, ପ୍ରସିଦ୍ଧ ସିଙ୍ଗର ୟେସନ୍‌ଙ୍କ ସମେତ ୬ ଜଣଙ୍କର ମୃତ୍ୟୁ

NEWS7
180-differently-abled-people-will-be-deprived-of-allowance-for-8-months

ମୁମ୍ଵାଇ ୧୧।୦୧; ବର୍ଷ ଆରମ୍ଭରୁ କଲମ୍ବିଆରେ ବଡ଼ ଦୁର୍ଘଟଣା ଘଟିଛି। ବୋଗୋଟାରେ ଏକ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ଲୋକପ୍ରିୟ କଲମ୍ବିଆନ୍ ଗାୟକ ୟେସନ୍ ଜିମେନଜଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଖବର ବ୍ୟାପିବା ପରେ ଜିମେନଜଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ବିମାନ ଦୁର୍ଘଟଣାରେ ଜିମେନଜଙ୍କ ମୃତ୍ୟୁ ତାଙ୍କ ପ୍ରଶଂସକଙ୍କୁ ସ୍ତବ୍ଧ କରିଦେଇଛି। ସୋସିଆଲ ମିଡିଆରେ ପ୍ରସିଦ୍ଧ ଗାୟକଙ୍କୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିବାରେ ଲାଗିଛି । ପ୍ରଶଂସକମାନେ ଭାବପ୍ରବଣ ବାର୍ତ୍ତା ପୋଷ୍ଟ କରୁଛନ୍ତି ।

କଲମ୍ବିଆର ବୋୟାକା ପ୍ରଦେଶରେ ଏହି ବିମାନ ଦୁର୍ଘଟଣା ଘଟିଛି। ଦୁର୍ଘଟଣାର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ଚାର୍ଟର ବିମାନଟି ଜୁଆନ୍ ଜୋସେ ରୋଣ୍ଡନ୍ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା। ରନୱେରୁ ଆଉ ଉଚ୍ଚ ଆକାଶକୁ ଯାଇପାରିନଥିଲା। ଶେଷରେ ରନୱେ ପାଖରେ ଥିବା ଏକ କ୍ଷେତରେ ଖସି ପଡ଼ିଥିଲା। ଘଟଣାସ୍ଥଳରୁ ମିଳିଥିବା ଭିଡ଼ିଓରେ ବିମାନର ଭଗ୍ନାବଶେଷ ନିଆଁରେ ପୋଡ଼ି ଯାଇଥିବା ଦେଖିବାକୁ ମିଳିଛି। ଏହି ଘଟଣା ବୋୟାକାର ପାଇପା ଏବଂ ଡୁଇଟାମା ମଧ୍ୟରେ ଘଟିଛି।

ଅଧିକାରୀମାନେ କହିଛନ୍ତି ଯେ, ଜିମେନେଜ୍ ଏବଂ ପାଇଲଟ୍ ସମେତ ୬ ଜଣ ବିମାନରେ ଥିଲେ। ଦୁର୍ଘଟଣାରେ ଆଖି ବୁଜିଥିବା ଅନ୍ୟ ୪ ଜଣ ଜିମେନଜଙ୍କ ଦଳର ସଦସ୍ୟ ବୋଲି ଜଣାପଡ଼ିଛି। ଜିମେନେଜ୍ ବୋୟାକାରେ ଶୋ କରିଥିଲେ। ମାରିନିଲାରେ ଏକ ଶୋ ପାଇଁ ମେଡେଲିନ୍ ବିମାନବନ୍ଦରକୁ ଏକ ବ୍ୟକ୍ତିଗତ ବିମାନରେ ଯାତ୍ରା କରୁଥିଲେ। ହେଲେ କିଏ ଜାଣିଥିବା ଏହା ତାଙ୍କର ଶେଷ ଯାତ୍ରା ବୋଲି।