ଗାଡ଼ି ରଖି ଦେଖୁଥିଲେ ନଦୀ, ବାଇକ୍‌କୁ ପଛପଟୁ ଘୋଷାଡିନେଲା ଆମ୍ୱୁଲାନ୍ସ

Published By : Prameya-News7 Bureau | April 20, 2024 IST

ବୌଦ୍ଧ ୨୦/୦୪:  ଆମ୍ବୁଲାନ୍ସ ଧକ୍କାରେ ସ୍ୱାମୀ, ସ୍ତ୍ରୀ ମୃତ । ମହାନଦୀ ସେତୁ ଉପରେ ଦୁର୍ଘଟଣା । ଗାଡ଼ି ରଖି ନଦୀ ଦେଖିବା ହେଲା କାଳ। ବାଇକ୍ କୁ ପଛପଟୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ । ଦୁଇ ଶିଶୁଙ୍କ ସାମ୍ନାରେ ଚାଲିଗଲା ବାପା, ମାଆଙ୍କ ଜୀବନ । ଘଟଣାସ୍ଥଳରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ବୌଦ୍ଧ ମେଡିକାଲରେ ମାଆ ମୃତ । ମୃତକ ହେଲେ ସଦେଇପୁର ଗାଁର ମିଟୁ ବେହେରା ଏବଂ ପତ୍ନୀ ମନୋରମା ବେହେରା । 

ସୂଚନାଥାଉକି, ଅନୁଯାୟୀ ବାଉଁଶୁଣୀ ଥାନା ବହିରା ପଂଚାୟତ ସଦେଇପୁର ଗ୍ରାମର ମିଟୁ ବେହେରା, ପତ୍ନୀ ମନୋରମା ବେହେରା ଓ ତାଙ୍କ ଦୁଇ ଛୋଟ ଝିଅ ଏକ ବାଇକ ଯୋଗେ ଆଠମଲ୍ଲିକ ପଟରୁ ନିଜ ଘରକୁ ଫେରୁଥିବା ବେଳେ ମହାନଦୀ ବ୍ରିଜ୍ ଉପରେ ଅଟକି ଥିଲେ । ଦୁଇ ଝିଅ ଫୁଟପାଥ ଉପରେ ଛିଡା ହୋଇ ମହାନଦୀ ଦେଖୁଥିବା ବେଳେ ମିଟୁ ବାଇକ ଉପରେ ବସିଥିଲେ ଓ ମନୋରମା ବାଇକ ନିକଟରେ ଛିଡା ହୋଇଥିଲେ । 

ଏହି ସମୟରେ କିଆକଟା ପଟୁ ବୌଦ୍ଧ ଆଡକୁ ଆସୁଥିବା ଏକ ଆମ୍ବୁଲାନ୍ସ୍ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ଧକ୍କା ଦେଇ କିଛି ଦୁର ଘୋଷାଡ଼ି ନେଇ ଫେରାର ମାରିଥିଲା । ରାସ୍ତାରେ ଯାଉଥିବା ଲୋକେ ଉଭୟଙ୍କୁ ଉଦ୍ଧାର କରି 108 ଆମ୍ବୁଲାନ୍ସ୍ ଯୋଗେ ବୌଦ୍ଧ ଡାକ୍ତରଖାନା ଆଣିଥିଲେ  । ଡାକ୍ତର ମିଟୁ ବେହେରାଙ୍କୁ ମୃତ ଘୋଷଣା କରିଥିଲେ ଓ ମନୋରମା  ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ଖବର ପାଇ ବୌଦ୍ଧ ଆଦର୍ଶ ଥାନା ପୋଲିସ୍ ଡାକ୍ତରଖାନାରେ ପହଂଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.