ମୁହାଁମୁହିଁ ଧକ୍କା ହେଲା ଇଞ୍ଜିନିୟରିଂ କଲେଜର ଦୁଇଟି ବସ୍; ଜଣେ ମୃତ, ୧୦ ଆହତ

Published By : Prameya-News7 Bureau | September 27, 2024 IST

News7

ହାଇଦ୍ରାବାଦ: ତେଲେଙ୍ଗାନାର ମେଡକ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଇଞ୍ଜିନିୟରିଂ କଲେଜର ଦୁଇଟି ବସ୍ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ୧୦ରୁ ଅଧିକ ଆହତ ହୋଇଛନ୍ତି। ଉଭୟ ବସ୍ ଅଧିକ ବେଗରେ ଆସୁଥିଲେ। ସକାଳ ପ୍ରାୟ ୯ଟା ସମୟରେ ଏହି ଦୁର୍ଘଟଣା ଘଟିଛି।

ଘଟଣାସ୍ଥଳରେ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଡ୍ରାଇଭର ଆହତ ହୋଇଛନ୍ତି। ବି ଭି ରାଜୁ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଦଶ ଜଣ ଛାତ୍ର ଗୁରୁତର ଆହତ ହୋଇ ସ୍ଥାନୀୟ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଛନ୍ତି।

କଲେଜ ପରିଚାଳନା ସ୍ପଷ୍ଟ କରିଛି ଯେ ଗୁରୁତର ଆହତ ଛାତ୍ରମାନଙ୍କୁ ଅଧିକ ଚିକିତ୍ସା ପାଇଁ ହାଇଦ୍ରାବାଦକୁ ସ୍ଥାନାନ୍ତର କରିବାକୁ ଯୋଜନା ରହିଛି। ଦୁର୍ଘଟଣାର କାରଣ ଜାଣିବା ପାଇଁ ନରସାପୁର ପୋଲିସର ଅଧିକାରୀମାନେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.