ଲଗାଣ ବର୍ଷାରେ ବେହାଲ NH ୫୫ : ରାସ୍ତା ଉପରେ ୨ ଫୁଟ ଜଳ ପ୍ରବାହିତ, କଟକ- ସମ୍ବଲପୁର ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ

Published By : Prameya-News7 Bureau | July 23, 2024 IST

ଢେଙ୍କାନାଳ ୨୩: ଲଘୁଚାପ ଜନିତ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏଅପରି ସ୍ଥଳେ ୫୫ ନମ୍ବର ଜାତୀୟ ରାଜପଥର ସ୍ଥିତି ବେହାଲ ହୋଇପଡିଛି । ଜାତୀୟ ରାଜପଥ ଉପରେ ଦୁଇ ଫୁଟର ବର୍ଷା ଜଳ ଲହଡି ମାରୁଥିବା ଦେଖିବାକୁ ମିଳିଛି । 

ଢେଙ୍କାନାଳ ଜିଲ୍ଲାର ମେରାମୁଣ୍ଡଳୀ ନିକଟରେ ଏପରି ସ୍ଥିତି ଉପୁଜିଛି । ଏହି ଅଞ୍ଚଳର ମଶାଣିଆ ଛକରୁ କୁରୁଣ୍ଟି ଛକ ଯାଏଁ ରାଜପଥ ଉପରେ ୨ ଫୁଟରୁ ଅଧିକ ବର୍ଷା ଜଳ ରହିଥିବାରୁ ଜାତୀୟ ରାଜପଥ ଏକ ପ୍ରକାର ପୋଖରୀର ଭ୍ରମ ସୃଷ୍ଟି କରୁଛି । ରାଜ୍ୟର ଦୁଇ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ କଟକ ଓ ସମ୍ବଲପୁରର ମୁଖ୍ୟ ରାସ୍ତା ଉପରେ ପରିସ୍ଥିତି ଯୋଗୁଁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଛୋଟ ଛୋଟ ଗାଡି ମଟର ଛିଡା ହୋଇ ରହିଛନ୍ତି । ଯାତ୍ରୀ ମାନଙ୍କ ପାଇଁ ନାହିଁ ନଥିବା ସମସ୍ୟା ଉପୁଜିଛି । ଏପଟେ ବର୍ଷା ଲାଗି ରହିଥିବାରୁ ଏହି ରାଜପଥ ଉପରେ ଜଳସ୍ତର କମିବା ବଦଳରେ ବଢି ଚାଲିଛି ।

You Can Read:

ଭଙ୍ଗା ବ୍ରିଜ୍‌ରେ ଫସିଲା ଟ୍ରକ୍ : ବାହାରିଗଲା ଚକ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.