ଆହୁରି ୨ ଦିନ କଲବଲ କରିବ ଭୀଷଣ କୁହୁଡ଼ି, ୪ ଜିଲ୍ଲାକୁ ଘନ କୁହୁଡ଼ି ଆଲର୍ଟ

NEWS7
2-lakhs-compensation-to-the-family-of-deceased-on-behalf-of-crut

ଭୁବନେଶ୍ୱର ୦୪।୧୨ : କିଛି ଦିଶିଲାନି । ଧୂଆଁର ବହଳ ଆସ୍ତରଣ । ଚାରି ପାଖ ଅନ୍ଧାର । ରାସ୍ତାରେ ଯାଉଥିବା ଲୋକେ ଆଗକୁ ବଢ଼ି ପାରିଲେନି । ସମସ୍ତେ ଫସି ରହିଲେ । ଆଗକୁ ଆହୁରି କଲବଲ କରିବ କୁହୁଡି । ଆହୁରି ଦୁଇ ଦିନ ଏଭଳି ଭୀଷଣ କୁହୁଡ଼ି ବାଟ ଓଗାଳିବ । ପାଣିପାଗ ବିଭାଗ ଏହି ଆକଳନ କରିଛି ।

୪ ଓ ୫ ତାରିଖ ( ରବିବାର ଓ ସୋମବାର) ଆଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ । ରବିବାର ଓ ସୋମବାର ପୁରୀ, ଖୋର୍ଦ୍ଧା, କଟକ ଓ ନୟାଗଡ଼ର ବିକ୍ଷିପ୍ତ ସ୍ଥାନରେ ଘନ କୁହୁଡ଼ି ଦିଶିପାରେ । ଏହି ଦୁଇ ଦିନ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଜପତି, ଗଞ୍ଜାମ, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ସୁନ୍ଦରଗଡ଼, ରାୟଗଡ଼ା ଓ କୋରାପୁଟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ରହିବ ।

୬ ଓ ୭ ତାରିଖରେ ବି ଆଭ୍ୟନ୍ତରୀଣ ଓଡ଼ିଶାର ବହୁ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଶନିବାର ଭୁବନେଶ୍ୱର, ନୟାଗଡ଼ ଓ ପାରାଦୀପରେ ଘନ କୁହୁଡ଼ି ଯୋଗୁ ଦୃଶ୍ୟମାନ ଦୂରତା ୫୦ମିଟର ତଳକୁ ଖସି ଆସିଥିଲା । ଭୁବନେଶ୍ୱରରେ ସକାଳ ୬ଟା ବେଳକୁ ଦୃଶ୍ୟମାନ ଦୂରତା ଶୂନ ରହିଥିଲା । କେନ୍ଦ୍ରାପଡ଼ା, ପୁରୀ, ଜଗତ୍ସିଂହପୁର, ଖୋର୍ଦ୍ଧା, ପାରଳାଖେମୁଣ୍ଡି, ଫୁଲବାଣୀରେ ଅଧିକ କୁହୁଡ଼ି ରହିଥିଲା ।