୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପ୍ଲାଣ୍ଟସାଇଟ ଥାନା ପୋଲିସ

Published By : Prameya-News7 Bureau | September 23, 2024 IST

ରାଉରକେଲା ୨୩/୯: ଷ୍ଟିଲ ସିଟିରେ ୨ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଘଟଣା । ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପ୍ଲାଣ୍ଟ ସାଇଟ ପୋଲିସ । ଆଉ କିଏ କିଏ ଘଟଣାରେ ସାମିଲ ଅଛନ୍ତି ତଦନ୍ତ କରୁଛି ପୋଲିସ । ଗିରଫ ୩ ଅଭିଯୁକ୍ତଙ୍କ ଡାକ୍ତରୀମାଇନା ପରେ କୋର୍ଟ ଚାଲାଣ କରାଯିବ ।

ରବିବାର ସଂଧ୍ୟାରେ ୨ ନାବାଳିକା ଚପଲ କିଣିବାକୁ ଆସିଥିଲେ । ସେଠାରେ ଛକିଥିବା ୩ ଅଭିଯୁକ୍ତ ସହରର ଜନଗହଳିପୂର୍ଣ୍ଣ ବିଶ୍ରା ଛକ ନିକଟରୁ ଷ୍ଟାଡିୟମ ପାଖ ଜଙ୍ଗଲିଆ ରାସ୍ତାକୁ ୨ ନାବାଳିକାଙ୍କୁ ଟେକି ନେଇ ଯାଇଥିଲେ । ମାଡ ମାରି ଧମକ ଦେଇ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣା ସଂପର୍କରେ ବାହାରେ କହିଲେ ଜୀବନରୁ ମାରିଦେବାର ଧମକ ମିଳିଥିଲା । ୨ ନାବାଳିକା ପ୍ରଥମେ ସଂପର୍କୀୟଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ ।

ପରେ ପ୍ଲାଣ୍ଟ ସାଇଟ ଥାନାରେ ଅଭିଯୋଗ ହୋଇଥିଲା । ଗଣ ଦୁଷ୍କର୍ମ ହୋଇଥିବା ସ୍ଥାନ ପୋଲିସ ପାଣ୍ଠିରୁ ମାତ୍ର ୩ଶହ ମିଟର ଓ ପୋଲିସ ଡିଏସ୍‌ପି ଅଫିସରୁ ମାତ୍ର ୫୦୦ ମିଟର ଦୁର । ତଥାପି କେମିତି ଆଉ କେଉଁ ସାହସରେ ଅଭିଯୁକ୍ତମାନେ ଏପରି କାଣ୍ଡ କଲେ ତାକୁ ନେଇ ପ୍ରଶ୍ନ ଉଠିଛି । ସେପଟେ ପ୍ଲାଣ୍ଟସାଇଟ ଥାନା ପୋଲିସ ସନ୍ଧାନୀ କୁକୁର ସହ ଜଣେ ଅଭିଯୁକ୍ତକୁ ନେଇ ଘଟଣାସ୍ଥଳରେ ତଦନ୍ତ କରିଛି । ୨ ପୀଡିତାଙ୍କୁ ନ୍ୟାୟ ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.