ରାଜ୍ୟରେ ୨୫ ଲକ୍ଷ ଭୂତ ରାସନ କାର୍ଡ ହିତାଧିକାରୀ ରହିଛନ୍ତି, ସେମାନଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ସିଷ୍ଟମ ଆପଣେଇଛନ୍ତି ସରକାର

Published By : Prameya-News7 Bureau | July 26, 2024 IST

ଭୁବନେଶ୍ବର ୨୬: ବିଧାନସଭାରେ ଉଠିଲା ଭୂତ ରାସନକାର୍ଡ ପ୍ରସଙ୍ଗ । ରାସନ କାର୍ଡ ପ୍ରସଙ୍ଗ ସରକାରକୁ ପ୍ରଶ୍ନ କଲେ ବିଜେଡି ବିଧାୟକ ପ୍ରତାପ ଦେବ । ରାଜ୍ୟରେ ୨୫ ଲକ୍ଷ ଭୂତ ରାସନ କାର୍ଡ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ବିଧାୟକ କହିଛନ୍ତି ଯେ, ଯୋଗାଣ ମନ୍ତ୍ରୀ କହିଥିଲେ ରାସନ କାର୍ଡ ପାଇଁ ୬ ଲକ୍ଷ ୭୦ ହଜାର ନୂଆ ଆବେଦନ କରିଥିଲେ, ତାଙ୍କୁ ସାମିଲ କରିବେ କି ? ଯଦି ୨୫ ଲକ୍ଷ ଭୂତ କାର୍ଡ ତାହାଲେ ସେଗୁଡିକର ଆଧାର ଲିଙ୍କ ହୋଇଛି କି ? ଯଦି ହୋଇଛି ତାହା ସ୍ପଷ୍ଟ କରନ୍ତୁ ବୋଲି ପ୍ରତାପ ଦେବ କହିଛନ୍ତି । 

ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଉତ୍ତର, ରାଜ୍ୟରେ ୨୫ ଲକ୍ଷରୁ ଉର୍ଦ୍ଧ୍ବ ଭୂତ ରାସନ କାର୍ଡ ହିତାଧିକାରୀ ରହିଛନ୍ତି । ସେମାନଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ସିଷ୍ଟମ ରାଜ୍ୟ ସରକାର ଆପଣେଇଛନ୍ତି । ସମସ୍ତ ଅଯୋଗ୍ୟ ହିତାଧିକାରୀଙ୍କୁ ଆମେ କାଟିବୁ । ଯେଉଁମାନେ ଆବେଦନ କରିଛନ୍ତି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ଯୋଗାଇ ଦେବୁ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ।

You Can Read:

ଆଳୁଗାଡ଼ି ଫେରିଯିବା ଦୁର୍ଭାଗ୍ୟଜନକ କହିଲେ ମନ୍ତ୍ରୀ, 'ପଶ୍ଚିମବଙ୍ଗ ଆଳୁ ନଦେଲେ ଉତ୍ତରପ୍ରଦେଶରୁ ଆଣିବୁ'

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.