ଭୁୁବନେଶ୍ୱରରେ ୨୯/୧୧: ଭୁବନେଶ୍ୱରରେ ଆରମ୍ଭ ହେଲା ଡିଜିପି ସମ୍ମିଳନୀ । ସମ୍ମିଳନୀରେ ଉପସ୍ଥିତ ଅଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହ । ୩ ଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀରେ ଯୋଗଦେବାକୁ ସାମିଲ ହୋଇଛନ୍ତି ସବୁ ରାଜ୍ୟର ଡିଜିପି । ତିନି ଦିନ ଧରି ଏହି ସମ୍ମିଳନୀରେ ନକ୍ସଲ ମୂଳୋତ୍ପାଟନ ସହ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଆଲୋଚନା ହେବ ।
ସେହିଭଳି ସମ୍ମିଳନୀରେ ଯୋଗ ଦେଇଛନ୍ତି ବହୁ ବିଶିଷ୍ଠ ବ୍ୟକ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ପୂର୍ବରୁ ଓଡ଼ିଶାରେ ପହଞ୍ଚିଥିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ । ତିନି ଦିନ ଧରି ଭାରତର ସୁରକ୍ଷା ବ୍ୟବସ୍ଥା ଉପରେ ଡିଜିପି ସମ୍ମିଳନୀରେ ଚର୍ଚ୍ଚା ଓ ଆଲୋଚନା ହେବ । କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ସମସ୍ତ ରାଜ୍ୟର ଡିଜି ଆଇଜିପି ଓ ବିଭିନ୍ନ ସୁରକ୍ଷା ବଳର ମୁଖ୍ୟ ।