ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳାଚଳ କରିବ ୩୧୫ଟି ସ୍ବତନ୍ତ୍ର ଟ୍ରେନ୍, ଶୁଭାରମ୍ଭ କଲେ କଟକ ସାଂସଦ

Published By : Prameya-News7 Bureau | July 06, 2024 IST

କଟକ ୬।୭: ପ୍ରଦୂଷଣ କମାଇବା ଲାଗି ରାଜ୍ୟବାସୀ ପବ୍ଲିକ ଟ୍ରାନ୍ସପୋର୍ଟକୁ ଅଧିକରୁ ଅଧିକ ବ୍ୟବହାର କରନ୍ତୁ ବୋଲି କହିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ । ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଲାଗି ଆଜିଠାରୁ ୩୧୫ଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ ହେବା ଆରମ୍ଭ କରିଛି । ଯାହାକୁ କଟକ ରେଳ ଷ୍ଟେସନ ଠାରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ । ଏହି ଟ୍ରେନ ଗୁଡିକ ରାଜ୍ୟ ତଥା ରାଜ୍ୟ ବାହାରୁ ପୁରୀକୁ ଆସିବ । 

ରଥଯାତ୍ରା, ବାହୁଡା ଯାତ୍ରା ଏବଂ ମହାପ୍ରଭୁଙ୍କ ସୁନା ବେଶ ଦେଖିବା ଲାଗି ପୁରୀରେ ପ୍ରତ୍ୟେକ ବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଛି । ତେବେ ପର୍ବ ମାନଙ୍କରେ ସାମିଲ ହେବା ଲାଗି ଲୋକମାନେ ନିଜ ନିଜର ଗାଡି ମୋଟର ବ୍ୟବହାର କରୁଥିବା ହେତୁ ଟ୍ରାଫିକ ସମସ୍ୟା ଦେଖାଦେଉଛି । ଏହାସହ ପ୍ରଦୂଷଣର ମାତ୍ରା ମଧ୍ୟ ବଢୁଛି । ତେଣୁ ବ୍ୟକ୍ତିଗତ ଗାଡିର ଅଧିକ ବ୍ୟବହାର ପରିବର୍ତ୍ତେ ଲୋକମାନେ ପବ୍ଲିକ ଟ୍ରାନ୍ସପୋର୍ଟକୁ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ବୋଲି ଭର୍ତ୍ତୃହରି କହିଛନ୍ତି ।

You Can Read:

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥଯାତ୍ରା ନେଇ ନୀତି ନିର୍ଘଣ୍ଟ ଚୂଡାନ୍ତ

 

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.