ଭୁବନେଶ୍ବର ୩।୧୨: ୫ ବର୍ଷରେ ୩୪ ଗୋଟି କଲରାପତରିଆ ବାଘଙ୍କ ମୃତ୍ୟୁ । ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ।
ରାଜ୍ୟରେ ୫ ବର୍ଷରେ ୩୪ ଗୋଟି କଲରାପତରିଆ ବାଘଙ୍କ ମୃତ୍ୟୁ ଘଟିଥିବା ମନ୍ତ୍ରୀ କହିଛନ୍ତି । ସେଥିରୁ ୧୭ଟି ବାଘଙ୍କର ଶିକାର ଦ୍ୱାରା ମୃତ୍ୟୁ ହୋଇଛି । ବିଦ୍ୟୁତ ଆଘାତ ଦ୍ଵାରା ୩ଟି ବାଘଙ୍କର ମୃତ୍ୟୁ ହୋଇଥିବା ବେଳେ ରେଳ ଦୁର୍ଘଟଣା ଦ୍ଵାରା ଗୋଟିଏ ବାଘର ମୃତ୍ୟୁ ହୋଇଛି । ରାସ୍ତା ଦୁର୍ଘଟଣା ଦ୍ୱାରା ୩ଟି, ରୋଗ ଦ୍ୱାରା ୩ଟି ଏବଂ ଅନ୍ୟାନ୍ୟ କାରଣ ପାଇଁ ୭ କଲରାପତରିଆଙ୍କ ମୃତ୍ୟୁ ହୋଇଛି ।
ସେହିଭଳି ୩ଟି ମହାବଳ ବାଘର ମୃତ୍ୟୁ ହୋଇଛି । ସେଥିମଧ୍ୟରୁ ଶିକାର ଦ୍ୱାରା ଗୋଟିଏ, ନିଜ ଭିତରେ କଳହ ପାଇଁ ଗୋଟିଏ ଏବଂ ଗୋଟିଏ ବାଘର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।
ସେହିପରି ଅଲ୍ ଓଡ଼ିଶା ଟାଇଗର ଏଷ୍ଟିମେସନ ରିପୋର୍ଟ ତଥ୍ୟ ଅନୁସାରେ ବର୍ତ୍ତମାନ ଓଡ଼ିଶାରେ ମହାବଳ ବାଘ ୩୦ଟି ଏବଂ ଏଲ୍ ଓଡ଼ିଶା ଲିଓପାର୍ଡ ଏଷ୍ଟିମେସନ ରିପୋର୍ଟ ୨୦୨୪ ତଥ୍ୟ ଅନୁସାରେ ୬୯୬ ଗୋଟି କଲରାପତରିଆ ବାଘ ଅଛନ୍ତି ।
You Can Read:
ଚନ୍ଦନେଶ୍ୱର ବଜାରରେ ପହଞ୍ଚିଲା ୟୁପି ଆଳୁ ଗାଡ଼ି, ବୋହି ନେଇଗଲେ ପଶ୍ଚିମବଙ୍ଗ ବ୍ୟବସାୟୀ