ଭଦ୍ରକ ୨୭/୦୨: ଭଦ୍ରକରେ ବନ ବିଭାଗ ଓ ପୋଲିସର ମିଳିତ ଚଢଉ । ବେଆଇନ କାଠ ମିଲ୍ ରେ କାଠ ଓ ଯନ୍ତ୍ରାଂଶ ଜବତ୍ ହୋଇଥିବା ବେଳେ ୪ ଜଣ ଅଟକ । ବିଶେଷ ସୂତ୍ରରୁ ଖବର ପାଇ ଭଦ୍ରକ ସିଟି ଡ଼ିଏସପି ସମ୍ବିତ ମାଝୀଙ୍କ ନେତୃତ୍ୱରେ ଏକ ଟିମ ଓ ବନବିଭାଗ ଅଧିକାରୀ ଟିମ ସହ ପୁରୁଣା ବଜାର ଥାନାଧୀନ ହଳଦୀଡିହ ଛକ ନିକଟରେ ଏକ ବେଆଇନ ସ ମିଲରେ ଚଢ଼ାଉ ହୋଇଚି ।
ତଦନ୍ତ ପରେ ଜଣାପଡିଥିଲା ବିନା କାଗଜପତ୍ର ଓ ଲାଇସେନ୍ସ ନଥାଇ ଉକ୍ତ ସ ମିଲ ଚାଲୁଛି । ତେବେ ତତକ୍ଷଣାତ ସ ମିଲରେ ବ୍ୟବହାର ହେଉଥିବା ଯନ୍ତ୍ରାଂଶ କୁ ଜବତ କରିଥିଲା ଯାହାର ମୂଲ୍ୟ ପ୍ରାୟ ୩ ଲକ୍ଷରୁ ଅଧିକ ତାହା ସହ ଏକ ଲିମ୍ବ କାଠ ଭର୍ତି ଗାଡିକୁ ଜବତ କରିଥିଲା ପୋଲିସ ।
ଏହି ଘଟଣାରେ ୪ ଜଣ ଯୁବକଙ୍କୁ ମଧ୍ୟ ପୋଲିସ ଅଟକ ରଖି ପଚାଉଚରା କରୁଛି । ତେବେ ଯେଉଁ ସ୍ଥାନରେ ସ ମିଲ ଚାଲୁଥିଲା ସେ ଯାଗାର ମାଲିକ କିଏ ଜଣାପଡିନଥିବା ବେଳେ ପରବର୍ତି ସମୟରେ ତହସିଲଦାରଙ୍କ ସହାୟତା ରେ ସେହି ଜାଗାରେ ସୀମା ନିର୍ଧାରଣ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି କହିଛନ୍ତି ଜିଲ୍ଲା ବନବିଭାଗ ଅଧିକାରୀ ପିତାମ୍ବର ନାୟକ ।