ପୌରି ଗଡୱାଲ: ରବିବାର ଉତ୍ତରାଖଣ୍ଡର ପାଉରି ଗଡ଼ୱାଲ ଜିଲ୍ଲାରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ପାହାଡ଼ରୁ ୧୦୦ ମିଟର ତଳକୁ ଖସିଲା ଯାତ୍ରୀବାହୀ ବସ୍। ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ରବିବାର ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଥିଲା। ଖବର ପାଇ କମାଣ୍ଡର ଏସଡିଆରଏଫ ଅର୍ପଣ ଯାଦବଙ୍କ ନିର୍ଦ୍ଦେଶ ଅନୁଯାୟୀ ପାଉରି ଗଡ଼ୱାଲ ଜିଲ୍ଲା ଅଧିକାରୀ, ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (SDRF) ଏବଂ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ସ୍ଥାନୀୟ ଲୋକମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ।
ଜିଲ୍ଲା ଅଧିକାରୀଙ୍କ ସୂଚନା ଅନୁସାରେ, ବସ୍ଟି ମୋଟ ୨୨ ଜଣ ଯାତ୍ରୀଙ୍କୁ ନେଇ ପାଉରିରୁ ଦାହଲଚୌରି ଯାଉଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ପୌରି ପୋଲିସ ଏବଂ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ମୋଟ ୧୭ ଜଣ ଆହତଙ୍କୁ ବସ୍ରୁ ବାହାର କରି ଡାକ୍ତରଖାନା ପଠାଯାଇଥିଲା। ଘଟଣା ସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚାରି ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଆହତମାନଙ୍କ ମଧ୍ୟରୁ ଜଣେ ଚିକିତ୍ସା ସମୟରେ ପରେ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା। ମରଶୀରରକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି।