ଲଗାଣ ବର୍ଷାରେ ଦବିଲା ରାସ୍ତା, ୫ ଶହ ମିଟର ରାସ୍ତା ତଳୁ ଖସିଲା ମାଟି ଅତଡ଼ା

Published By : Prameya-News7 Bureau | September 26, 2024 IST

ଜଳେଶ୍ବର ୨୬।୯: ଲଗାଣ ବର୍ଷାରେ ଦବିଲା ରାସ୍ତା । ୫ ଶହ ମିଟରରୁ ଅଧିକ ଲମ୍ବର କଂକ୍ରିଟ ରାସ୍ତା ତଳୁ ଖସିଲା ମାଟି ଅତଡା । ଯାହା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । 

ଦୁଇ ଦିନ ଧରି ଉତ୍ତର ଓଡ଼ିଶାରେ ପ୍ରବଳ ଲଘୁଚାପ ବର୍ଷା ଲାଗି ରହିଛି । ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ଅନ୍ତର୍ଗତ ଝାଡପିମ୍ପଳ ଓ ବାଇଗଣ ବାଡିଆ ପଞ୍ଚାୟତ ନିକଟ ବାଲିଆପାଳ-କମର୍ଦ୍ଦା ମୁଖ୍ଯ ରାସ୍ତାର ୫ଶହ ମିଟରରୁ ଅଧିକ କଂକ୍ରିଟ ରାସ୍ତା ତଳୁ ମାଟି ଅତଡା ଖସିଯାଇଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଅନ୍ୟପଟେ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛି ।

You Can Read:

ଭୁବନେଶ୍ବରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, ବିଭିନ୍ନ ଦଳୀୟ କାର୍ଯ୍ୟକର୍ମରେ ଦେବେ ଯୋଗ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.