ମାଟ୍ରିକ ପରୀକ୍ଷାରେ ଅନିୟମିତତା ଅଭିଯୋଗ, ୬ ଶିକ୍ଷକ ନିଲମ୍ୱିତ

Published By : Prameya-News7 Bureau | February 27, 2025 IST

କଣ୍ଟାବାଞ୍ଜୀ ୨୭/୦୨: ମାଟ୍ରିକ ପରୀକ୍ଷାରେ ଅନିୟମିତତା ଅଭିଯୋଗ । କାର୍ଯ୍ୟରୁ ନିଲମ୍ୱିତ ହେଲେ ୬ ଶିକ୍ଷକ । ବଲାଙ୍ଗିର ଜିଲ୍ଲାପାଳଙ୍କ ନିର୍ଦେଶରେ ଜିଲା ଶିକ୍ଷା ଅଧିକାରୀ ମୁରିବାହାଲ ବ୍ଳକର ୬ ଜଣ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି । 

ସୂଚନା ଥାଉକି, ଫେବୃୟାରୀ ୨୭ରେ ଗୁରୁବାର ମାଟ୍ରିକର ଇଂରାଜୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଟିଟିଲାଗଡ ଉପଜିଲ୍ଲାପାଳ ରେହନ କ୍ଷେତ୍ରୀ ହଳଦୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ । ତେବେ ଏହି ଅବସରରରେ ଉପଜିଲ୍ଲାପାଳ ପରୀକ୍ଷା କେନ୍ଦ୍ରରେ ଅନିୟମିତତା ହେଉଥିବା ଦେଖିବାକୁ ପାଇଥିଲେ । 

ଏହାସହ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳଙ୍କୁ ସୁପାରିଶ କରିଥିଲେ । ହଳଦୀ ଉଚ୍ଚ ବିଦ୍ୟାଳୟର ଅଧିକ୍ଷକଙ୍କ ସହ ୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରିବାକୁ ମୁରିବାହାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିର୍ଦେଶ ଦେଇଥିବା ଜଣାପଡିଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.