ମୁମ୍ବାଇ ଚାଲାଣ ହୋଇଥାନ୍ତା ଗଞ୍ଜେଇ, ୭୦ କିଲୋ ଜବତ କଲା ଅବକାରୀ ଗୁଇନ୍ଦା ବିଭାଗ

Published By : Prameya-News7 Bureau | February 06, 2025 IST

ବ୍ରହ୍ମପୁର ୬/୨: ଦାରିଙ୍ଗିବାଡିରୁ ଆସିଥିଲା । ପୁରୁଷୋତ୍ତମପୁରରେ ପ୍ୟାକିଂ । ଚାଲାଣ ହୋଇଥାନ୍ତା ମୁମ୍ବାଇ । ହେଲେ ଫସର ଫାଟିଗଲା ନିଶା ବେପାରୀଙ୍କ ଚାଲ୍‌ । ଅବକାରୀ ଗୁଇନ୍ଦା ବିଭାଗ ଯାଞ୍ଚ ବେଳେ ସବୁ ଧରାପଡିଗଲା ।  ପିକ୍‌ଅପ୍‌ ଭ୍ୟାନରୁ ୭୦ କିଲୋ ଗଞ୍ଜେଇ ଜବତ ହୋଇଛି ।   ବିପୁଳ ପରିମାଣର ଗଞ୍ଜେଇ ଲୋଡ୍‌ ହୋଇ ଆସୁଥିଲା ପିକ୍‌ଅପ୍‌ ଭ୍ୟାନ । ତେବେ ଗଞ୍ଜାମ ଜିଲ୍ଲା ଆସିକା ନିକଟରେ ସନ୍ଦେହ ହେବାରୁ ଗାଡି ଅଟକାଇ ତନ୍ନ ତନ୍ନ ଯାଞ୍ଚ କରିଥିଲା ଅବକାରୀ ଗୁଇନ୍ଦା ବିଭାଗ । ଆଉ ଯାହା ସନ୍ଦେହ କରାଯାଉଥିଲା ସତ ହେଲା । ଗାଡିରୁ ମିଳିଲା ପୁଳା ପୁଳା ଗଞ୍ଜେଇ । ଏଥିସହ ଗାଡିକୁ ଏସକର୍ଟ କରି ଯାଉଥିବା ଏକ କାରକୁ ବି ଯାଞ୍ଚ ବେଳେ ସେଥିରୁ ମଧ୍ୟ ଗଞ୍ଜେଇ ମିଳିଥିଲା।

ଗିରଫ ୪ ଜଣ ହେଲେ ଆସିକା ନବରତ୍ନପୁର ଗାଁ ସନ୍ତୋଷ ପଲାଇ, ଟିତୁ ପଲାଇ, ସୁନିଲ ସ୍ବାଇଁ ଓ ପୋଲସରାର ଅଶୋକ ସାହୁ।ଏହି ଗଞ୍ଜେଇକୁ ଟ୍ରେନ କିମ୍ବା କାରରେ ମୁମ୍ବାଇ ପଠାଯାଇଥାନ୍ତା ହେଲେ ବେପାରୀଙ୍କ ସବୁ ପ୍ଲାନରେ ପାଣି ପକାଇ ଗଞ୍ଜେଇ ସହ ବେପାରୀଙ୍କୁ ବାନ୍ଧିଛି ଅବକାରୀ ଗୁଇନ୍ଦା ବିଭାଗ । ସେମାନଙ୍କ ନିକଟରୁ ୬ଟି ମୋବାଇଲ ଜବତ କରାଯାଇଛି । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.