ଜୀବାଷ୍ମ ବୈଜ୍ଞାନିକଙ୍କୁ ସଫଳତା, ମିଳିଲା ୭ ଲକ୍ଷ ବର୍ଷ ପୁରଣା ବିଶାଳ ଡାଇନୋସରର ଖପୁରୀ

Published By : Prameya-News7 Bureau | September 29, 2024 IST

ନୂଆଦିଲ୍ଲୀ ୨୯।୦୯: ଜୀବାଷ୍ମ ବୈଜ୍ଞାନିକଙ୍କ ରୋମାଞ୍ଚକର ଆବିଷ୍କାର । ଦୀର୍ଘ ଦିନ ପରେ ମିଳିଲା ବିଶାଳ ଡାଇନୋସରର ସନ୍ଧାନ । ବୈଜ୍ଞାନିକଙ୍କ ହାତରେ ଲାଗିଛି ପାଚିରିନୋସାରସର ଏକ ବିଶାଳ ଖପୁରୀ । ଏମାନେ ହେଉଛନ୍ତି ଉଦ୍ଭିଦ ଖାଉଥିବା ଡାଇନୋସର ।  ଏହି ଡାଇନୋସର ୭ ଲକ୍ଷ ବର୍ଷ ପୂର୍ବେ ଜୀବିତ ରହିଥିଲେ । ଏହାର ଓଜନ ୬୦୦ ପାଉଣ୍ଡ ଅର୍ଥାତ୍‌ ୨୭୨ କିଲୋଗ୍ରାମ । ଯାହାକୁ "ବିଗ୍ ସାମ" ବୋଲି କୁହାଯାଏ । 

ବିଶେଷଜ୍ଞଙ୍କ ଅନୁଯାୟୀ ଏହି ଡାଇନସୋରର ଖପୁରୀର ଆକାର ଏକ ଶିଶୁ ହାତୀ ସହିତ ସମାନ । ଏହାବ୍ୟତୀତ ଏଠାରେ ଅନେକ କିଶୋର ହାଡ ମଧ୍ୟ ମିଳିଛି । ଯାହା ଦର୍ଶାଇଥାଏ କି ଏଠାରେ ଅନେକ ଯୁବା ଏବଂ ବୟସ୍କ ଡାଇନୋସରମାନେ ମଧ୍ୟ ରହୁଥିଲେ । 

ବୈଜ୍ଞାନିକଙ୍କ ଅନୁଯାୟୀ ବିଗ୍ ସାମର ଖନନ କରିବା ସହଜ ନଥିଲା। ଖପୁରୀଟି ଓଲଟା ଅବସ୍ଥାରେ ମିଳିଥିଲା । ଏଥିରେ ପ୍ରାୟ ୩୦୦ଟି ହାଡ ଛନ୍ଦି ହୋଇ ରହିଥିଲା । ଏହାକୁ ସାବଧାନତାର ସହିତ ଉଦ୍ଧାର କରିବା ପାଇଁ ପ୍ରଥମେ ପ୍ଲାଷ୍ଟର ଏବଂ କାଠ ପଟା ସହିତ ଖପୁରୀକୁ ସ୍ଥିର କରାଗଲା । ଏହାପରେ ସଂଗ୍ରହାଳୟରେ ଅଧିକ ଅଧ୍ୟୟନ ପାଇଁ ଏକ କ୍ରେନ୍ ସାହାଯ୍ୟରେ ଏହି ଖପୁରୀକୁ ମାଟିରୁ ବାହାର କରାଯାଇଥିଲା ।  

ରିପୋର୍ଟ ଅନୁଯାୟୀ ଏହି ଅସ୍ଥି-ସଂଗ୍ରହ ଆବିଷ୍କାର ପ୍ରାୟ ୫୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା । ଏକ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବୁଲିବା ସମୟରେ ଏହାକୁ ପାଇଥିଲେ । କିନ୍ତୁ ବିଶେଷଜ୍ଞଙ୍କୁ ଏହାର ସନ୍ଧାନ ଲଗାଇବାରେ ପ୍ରାୟ ଏକ ଦଶନ୍ଧି ସମୟ ଲାଗିଗଲା । 

ଏଠାକୁ ଆସିବା ପରେ ଜୀବାସ୍ମ ବିଜ୍ଞାନୀ ଅନେକଥର ଏହି ସ୍ଥାନକୁ ଆସିଛନ୍ତି ।  ଆଉ ବିଭିନ୍ନ ଡାଇନୋସର, କଇଁଛ ଏବଂ ଝିଟିପିଟିର ହାଡ ପାଇଛନ୍ତି । ୧୬ ବର୍ଷ ପୂର୍ବେ ବୈଜ୍ଞାନିକ ଆଉ ଏକ ବଡ଼ ଖପୁରୀ ପାଇଥିଲେ, ଯାହାକି ୩୦ ବର୍ଷ ବୟସ୍କା ପାଚିରିନୋସାରସର ରହିଥିଲା । ଏହି ଖପୁରୀଟି ବର୍ତ୍ତମାନ ସଂଗ୍ରହାଳୟରେ ପ୍ରଦର୍ଶିତ ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.