ବିଚ୍‌ ରାସ୍ତାରେ ହାଣିଲେ, ଯୁବକ ମେଡିକାଲରେ ଭର୍ତ୍ତି

NEWS7
8-cities-temperature-recorded-above-43-degrees

କଟକ ୧୬।୧୨ : ବିଚ୍‌ ରାସ୍ତାରେ ହାଣିଲେ । କଟକ ସଦର ଥାନା ସାସୋଳରେ ଜଣେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୃର୍ବୁତ୍ତ। ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣଙ୍କ ହେଲେ କଟକ ଶଙ୍କରପୁର ଅଞ୍ଚଳ ବାଲିସାହିର ଲକି ରାଉତ୍‌ । ଲକିଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କ ଚିକିତ୍ସା ଲାଗି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛି ପୋଲିସ ।

ଲକିଙ୍କ ଘର ଶଙ୍କରପୁର ଅଞ୍ଚଳର ହୋଇଥିବା ବେଳେ ଆକ୍ରମଣର କାରଣ ସଠିକ କାରଣ ଜଣାପଡିନାହିଁ । ହୁଏତ ପୂର୍ବ ଶତ୍ରୁତା କିମ୍ବା ସୋମବାର ଶଙ୍କରପୁର ବାଲିସାହି ଅଞ୍ଚଳରେ ଘଟିଥିବା ବୁଲେଟ ପୋଡି ଘଟଣାରେ ସଂପର୍କ ଥିବାର ଅନୁମାନ କରାଯାଉଛି । ଅନ୍ୟପଟେ ଏହି ଘଟଣାର ତଦନ୍ତ ଜାରି ରଖିଛି ସଦର ଥାନା ପୋଲିସ ।