ଲମତାପୁଟ ୧୪।୮: ଗଞ୍ଜେଇ ବେପାରୀଙ୍କ ସହ ଚାଲିଥିଲା ଡିଲ୍ । ଗଞ୍ଜେଇ ବେପାରୀଙ୍କ ସହ ସଂପୃକ୍ତି ଅଭିଯୋଗରେ ୮ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ଏହାସହ ଦୁଇ ଜଣକୁ କୋରାପୁଟ ଏସ୍ପି ବହିଷ୍କୃତ କରିଛନ୍ତି । ଖବର ପ୍ରସାରଣ ପରେ ତତ୍ପରତା ପ୍ରକାଶ କଲା ପୋଲିସ ବିଭାଗ । ମାଛକୁଣ୍ଡ ଥାନାର ୮ ଜଣଙ୍କୁ ନିଲମ୍ବିତ କରିବା ସହ ଦୁଇ ଜଣକୁ ବହିଷ୍କୃତ କଲେ କୋରାପୁଟ ଏସ୍ପି ।
ମଙ୍ଗଳବାର ଠାରୁ ଲଗାତାର ଖବର ପ୍ରସାରଣ ପରେ ମାଛକୁଣ୍ଡ ଥାନା ଓ ଲମତାପୁଟ ଥାନାର ପୋଲିସ ଅଧିକାରୀଙ୍କ ସମେତ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । କୋରାପୁଟ ଏସ୍ପି ନିଲମ୍ବିତ କରିଥିବା ସୂଚନା ରହିଛି । ୩ ଜଣ ସବ୍ ଇନ୍ସପେକ୍ଟର, ଜଣେ ହାବିଲଦାର, ଦୁଇ କନେଷ୍ଟବଳ, ଦୁଇ ଜଣ ତାଲିମ ନେଉଥିବା ସିଏସଆଇ ସମେତ ଦୁଇ ହୋମ୍ଗାର୍ଡ ବହିଷ୍କୃତ ହୋଇଥିବା ସୂଚନା ରହିଛି ।
You Can Read:
ପୋଲିସ ASI ଗଗନ ମେହେର ଚାକିରିରୁ ବରଖାସ୍ତ, ଗଞ୍ଜେଇ ସହିତ ଧରାପଡ଼ିଥିଲେ