ପୁରୀରେ 'ସକ୍‌ସେସ୍‌ ' ପକ୍ଷରୁ ୩ଦିନିଆ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ, ଗୋଟିଏ ଇଞ୍ଜେକସନରେ ଭଲ ହେଉଛି ଅର୍ଶ ଓ ମଳକଣ୍ଟକ

Published By : Prameya-News7 Bureau | December 14, 2024 IST

ପୁରୀ: ପୁରୀ ବଡ଼ଦାଣ୍ଡ ସ୍ଥିତ ନାୟକ ପ୍ଲାଜା ଠାରେ ତିନିଦିନିଆ ଅର୍ଶ ଓ ମଳକଣ୍ଟକ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ପୁରୀର ଅଗ୍ରଣୀ ଅନୁଷ୍ଠାନ '' ସକ୍ ସେସ'' ପକ୍ଷରୁ ଆୟୋଜିତ ଏହି ଚିକିତ୍ସା ଶିବିରରେ ଭାରତର ପ୍ରସିଦ୍ଧ ଅର୍ଶ ବିଶେଷଜ୍ଞ ଡ଼ଃ ଅରବିନ୍ଦ ତିଓ୍ୱାରୀ ଯୋଗ ଦେଇ ଶହ ଶହ ରୋଗୀଙ୍କର ଚିକିତ୍ସା କରିଛନ୍ତି । ଅର୍ଶ ଓ ମଳକଣ୍ଟକ ରୋଗ ଯୋଗୁଁ ଅନେକ ରୋଗୀ ବହୁତ କଷ୍ଟ ଭୋଗୁଥିବା ବେଳେ ଏଥିରୁ ଉପଶମ ପାଇବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରକୁ ଯାଇ ବିଭିନ୍ନ ହସ୍ପିଟାଲରେ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଏହି ରୋଗରୁ କେହି ନିସ୍ତାର ପାଇପାରୁନାହାନ୍ତି। ତେବେ ସକସେସ୍ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି ସ୍ବାସ୍ଥ୍ୟ ଶିବିରରେ ରୋଗରୁ ଉପଶମ ପାଇବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ରୋଗୀମାନେ ପୂର୍ବରୁ ନାମ ପଞ୍ଜିକରଣ କରିଥିବା ବେଳେ ଏହି ଶିବିର‌ରେ ଯୋଗଦେଇ ଚିକିତ୍ସିତ ହୋଇଛନ୍ତି। 

ମାତ୍ର ଗୋଟିଏ ଇଞ୍ଜେକସନରେ ଅର୍ଶ ଓ ମଳକଣ୍ଟକ ରୋଗରୁ ମିଳୁଛି ଉପଶମ । ଗୋଟିଏ ଇଞ୍ଜେକସନରେ ଅର୍ଶ ଓ ମଳକଣ୍ଟକ ରୋଗୀ ଭଲ ହୋଇଯାଉଛନ୍ତି । ପୁରୀ ବଡ଼ଦାଣ୍ଡ ସ୍ଥିତ ନାୟକ ପ୍ଲାଜା ଠାରେ ପୁରୀର ଅଗ୍ରଣୀ ଅନୁଷ୍ଠାନ ସକସେସ ପକ୍ଷରୁ ତିନିଦିନିଆ ଅର୍ଶ ମଳକଣ୍ଟକ ସ୍ବାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ତେବେ ଅର୍ଶ ଓ ମଳକଣ୍ଟକ ରୋଗ ଯୋଗୁ ରୋଗୀମାନେ ନାହିଁ ନଥିବା କଷ୍ଟ ଭୋଗୁଛନ୍ତି । ଚିକିତ୍ସା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ବିଭିନ୍ନ ହସ୍ପିଟାଲକୁ ଯାଉଥିଲେ ମଧ୍ୟ ଏହି ରୋଗ ଭଲ ହେଉନାହିଁ । ତେବେ କୌଣସି ଅପରେସନ୍ କିମ୍ବା ମେଡ଼ିସିନ ନୁହେଁ ମାତ୍ର ଗୋଟିଏ ଇଞ୍ଜେକସନରେ ଭଲ ହେଉଛି ଅର୍ଶ ଓ ମଳକଣ୍ଟକ ରୋଗ । ପୁରୀର‌ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସକସେସ୍ ପକ୍ଷରୁ ଦୀର୍ଘ ୨୦ବର୍ଷ ପରେ ଚଳିତଥର ପ୍ରଥମଥର ପାଇଁ ଅନୁଷ୍ଠିତ ହୋଇଯାଇଛି ‌ତିନିଦିନିଆ ଚିକିତ୍ସା ଶିବିର । ଚିକିତ୍ସା ଶିବିରରେ ରୋଗୀମାନେ ଭାଗନେଇ ରୋଗରୁ ଉପଶମ ପାଉଥିବାବେଳେ ସକସେସ୍ ଅନୁଷ୍ଠାନକୁ ମଧ୍ୟ ସଫଳତା ମିଳୁଛି । ମାତ୍ର ଗୋଟିଏ ଇଞ୍ଜେକସନରେ ରୋଗୀମାନେ ସାରା ଜୀବନ ଯନ୍ତ୍ରଣାରୁ ମୁକ୍ତି ପାଉଛନ୍ତି। ବଡ଼ଦାଣ୍ଡ ସ୍ଥିତ ନାୟକ ପ୍ଲାଜା ଠାରେ ଏହି ଚିକିତ୍ସା ଶିବିର ବର୍ଷକୁ ତିନିଥର ଆୟୋଜନ ହେଉଥିବା ବେଳେ ରୋଗୀଙ୍କ ଅନୁରୋଧ କ୍ରମେ ଏହା ଏବେ ବର୍ଷକୁ ଚାରିଥର କରାଯାଉଛି । ଏହି ଶିବିରରେ ଶହ ଶହ ରୋଗୀ ସାମିଲ୍ ହୋଇ ରୋଗରୁ ଆରୋଗ୍ୟ ଲାଭ କରିବା ପାଇଁ ସାମିଲ ହୋଇଛନ୍ତି। ଅନେକ ରୋଗୀ ଏହି ରୋଗରୁ ଉପଶମ ପାଉଥିବାରୁ ସକସେସ୍ ଅନୁଷ୍ଠାନର ଏଭଳି ଅଭିନବ ପ୍ରୟାସକୁ ଭୁରି ଭୁରି ପ୍ରଶଂସା କରିଛନ୍ତି। 

ପୁରୀର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ସକସେସ୍  ଆଜକୁ ଦୀର୍ଘ ୨୧ ବର୍ଷ ଧରି ଏହି ଚିକିତ୍ସା ଶିବିର ଆୟୋଜିତ କରିଆସୁଛି। ତେବେ ବଲାଙ୍ଗୀର, ମୟୁରଭଞ୍ଜ, କଳାହାଣ୍ଡି, କୋରାପୁଟ, ବାଲେଶ୍ଵର, ଖୋର୍ଦ୍ଧା, ଯାଜପୁର, ଭୁବନେଶ୍ୱର, କଟକ, କେନ୍ଦ୍ରାପଡା‌ ସହ ରାଜ୍ୟ ବାହାରରୁ ଅର୍ଥାତ୍ ଆନ୍ଧ୍ରପ୍ରଦେଶ, କଲିକତା, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକରୁ ମଧ୍ୟ ଶହ ଶହ ରୋଗୀ ଏଠାରେ ସ୍ୱଳ୍ପ ଟଙ୍କାରେ ଚିକିତ୍ସିତ ହୋଇ ଆରୋଗ୍ୟ ଲାଭ କରୁଛନ୍ତି। ସକସେସ୍ ଅନୁଷ୍ଠାନର ଏଭଳି ଅଭିନବ ପ୍ରୟାସକୁ ଡାକ୍ତର ଅରବିନ୍ଦ ତିୱାରୀ ବେଶ୍ ପ୍ରଶଂସା କରିଛନ୍ତି। ଭାଗ୍ୟରେ ଥିଲେ ମହାପ୍ରଭୁଙ୍କ ଶ୍ରୀକ୍ଷେତ୍ର ଧାମରେ ଆସି ଏଭଳି ସେବା କରିବାର ସୁଯୋଗ ମିଳିଥାଏ ବୋଲି ସେ କହିଛନ୍ତି ।‌ ଏହି ରୋଗରେ ଯନ୍ତ୍ରଣା ଅନୁଭବ କରୁଥିବା ରୋଗୀ ମାନଙ୍କ ଚିକିତ୍ସା ସହ ଠିକ୍ ସମୟରେ ଖାଦ୍ୟ ଖାଇବା, ପେଟ କୁ ଖାଲି ନ ରଖିବା, ଆବଶ୍ୟକ ଅନୁଯାୟୀ ପାନୀୟ ଜଳ ପିଇବା, ଆମିଷ ଓ ମସଲା ଜାତୀୟ ଖାଦ୍ୟ ଠାରୁ ଦୂରରେ ରହିବା ସହ ଚିକିତ୍ସା ପରେ ନିୟମ ଅନୁଯାୟୀ ସମସ୍ତ କାର୍ଯ୍ୟ କଲେ ଏହି ରୋଗ ସମ୍ପୂର୍ଣ୍ଣ ଭଲ ହୋଇଯାଏ ବୋଲି ପରାମର୍ଶ ଦେଇଛନ୍ତି ଡାକ୍ତର । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.