ଦିବ୍ଯାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଭାଙ୍ଗି ନଷ୍ଟ ହୋଇଗଲା ସବୁ ଜିନିଷ

Published By : Prameya-News7 Bureau | September 28, 2024 IST

ମାର୍ଶାଘାଇ ୨୮।୯: ପାରାଦୀପ-ଚଣ୍ଡିଖୋଲ ୫୩ ନମ୍ବର ଜାତୀୟ ରାଜପଥରେ ସଡକ ଦୁର୍ଘଟଣା ଘଟିଛି । ଜଣେ ଦିବ୍ଯାଙ୍ଗ ଦୋକାନୀଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍ ।  ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ବଉଦ ଅଫିସ ଛକ ଠାରେ ଜଣେ ଦିବ୍ଯାଙ୍ଗ ଦୈତାରୀ ସାହୁ ଏକ ଜଳଖିଆ ଦୋକାନ କରି ପରିବାର ଚଳାଉଥିଲେ ।  ଶନିବାର ସକାଳୁ ପାରାଦୀପ ଆଡୁ ଏକ ମାଲବାହୀ ଟ୍ରକ୍ ଦ୍ରୁତଗତିରେ ଆସି ଦୋକାନ ଉପରକୁ ମାଡି ଯାଇଥିଲା । ସୌଭାଗ୍ୟ ବଶତଃ ଦୋକାନ ଭିତରେ ଥିବା ଦୈତାରୀଙ୍କ ସମେତ ୩ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୋକାନର ସମସ୍ତ ଜିନିଷ ପତ୍ର ଭାଙ୍ଗି ନଷ୍ଟ ହେବା ସହିତ ଦୈତାରୀଙ୍କ ଟ୍ରାଇସାଇକେଲଟି ମଧ୍ୟ ସଂପୂର୍ଣ୍ଣ ନଷ୍ଟ   ହୋଇଯାଇଛି । ପୋଲିସ ପହଞ୍ଚି ଗାଡିଟିକୁ ଜବତ କରିବା ସହ ଚାଳକକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

You Can Read:

ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବିସ୍ଫୋରଣ, ୫ ଶ୍ରମିକ ଗୁରୁତର


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.