ମିଳିଲା ମ୍ୟାଲେରିଆର ଉପାୟ, ଏବେ ରକ୍ଷା କରିବ ଏହି ଭାକ୍ସିନ, ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ ସଫଳ

Published By : Prameya-News7 Bureau | December 11, 2024 IST

ନୂଆଦିଲ୍ଲୀ ୧୧।୧୨: ମ୍ୟାଲେରିଆର ଏକ ନୂଆ ଭାକ୍ସିନ ଆଶାର କିରଣ ହୋଇ ଦେଖାଦେଇଛି । ଆଫ୍ରିକୀୟ ପିଲାଙ୍କ ଉପରେ ଏହି ଟିକାର ଫେଜ-୨(ବି)ର କ୍ଲିନିକାଲ ଟ୍ରାୟଲ କରାଯାଇଛି। ଅନ୍ତରୀଣ ପରିଣାମରୁ ଯାହା ଜଣାପଡିଛି ଭାକ୍ସିନ ସୁରକ୍ଷିତ ହୋଇଥିବା ବେଳେ ମଜଭୁତ ରୋଗ ପ୍ରତିରୋଧକ କ୍ଷମତା ସୃଷ୍ଟି କରିବା ସହିତ ଆଶାଜନକ ପ୍ରଭାବକାରୀ। ଆରଏସ୍ ୫.୧ ମ୍ୟାଟ୍ରିକ୍ସ-ଏମ ନାମକ ଏହି ଭାକ୍ସିନର ପରୀକ୍ଷଣ ଫଳାଫଳ ‘ଦି ଲେସେଣ୍ଟ ଇନଫେକ୍ସସ ଡିଜିଜ’ରେ ପ୍ରକାଶିତ ହୋଇଛି। 

ଭାକ୍ସିନ ବ୍ଲଡ-ଷ୍ଟେଜ୍ ଟାଇପର ଅର୍ଥାତ ଯେତେବେଳେ ମ୍ୟାଲେରିଆର କାରଣ ହେଉଥିବା ପାରାସାଇଟ୍ ରକ୍ତରେ ମହଜୁଦ ରହେ ଏହି ଭାକ୍ସିନ ତାକୁ ଟାର୍ଗେଟ କରିଥାଏ। ବ୍ଲଡ-ଷ୍ଟେଜରୁ ହିଁ ସଂକ୍ରମିତ ବ୍ୟକ୍ତିଠାରେ ମ୍ୟାଲେରିଆର ଲକ୍ଷଣ ଦେଖାଯିବା ଆରମ୍ଭ ହୋଇଯାଇଥାଏ। ମାଇ ଏନେଫିଲିସ ମଶା କାମୁଡିବା ଯୋଗୁ ହେଉଥିବା ମ୍ୟାଲେରିଆ କାରଣ ପ୍ଲାଜମୋଡିୟମ ପାରାସାଇଟ। ଏହାର ଲକ୍ଷଣ କାମୁଡିବାର ଅନୁନ୍ୟ ୧୦-୧୫ ଦିନ ପରେ ଦେଖାଯାଇଥାଏ। 

ହାଲୁକା ଲକ୍ଷଣରେ ଜ୍ୱର, ମୁଣ୍ଡବ୍ୟଥା ଓ ଥଣ୍ଡା ଲାଗିଥାଏ। ତେବେ ଲକ୍ଷଣ ଗୁରୁତର ହେଲେ ଥକ୍କା, ମୁଣ୍ଡ ବୁଲେଇବା,  କମ୍ପ ହେବା ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଆଦି ଅନୁଭବ ହୁଏ।  ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବୁଧବାର ଦକ୍ଷିଣ-ପୂର୍ବ ଏସିୟାରେ ମ୍ୟାଲେରିଆ ବିରୋଧରେ ଲଢେଇକୁ ପ୍ରଶଂସା କରି ସଦସ୍ୟ ଦେଶଙ୍କ ଦୁର୍ବଳ ଜନସଂଖ୍ୟା ଉପରେ ଫୋକସ କରିବା କଥା କହିଛନ୍ତି। ଯାହାଦ୍ୱାରା ଏଥିରୁ ଚିହ୍ନଟ କରିବା, ରକ୍ଷା କରିବା ଓ ଚିକିତ୍ସା ସୁନିଶ୍ଚିତ କରାଯାଇ ପାରିବ ବୋଲି କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.