କାଠମାଣ୍ଡୁ ୩୦।୧: ନେପାଳରୁ ଏକ ବିମାନ ଉଡାଣ କରି କୈଳାଶ ମାନସରୋବର ପର୍ଯ୍ୟନ୍ତ ଯାତ୍ରା କରିବା ସହ ଯାତ୍ରୀଙ୍କୁ ପବିତ୍ର ପର୍ବତର ଦର୍ଶନ କରାଇଛି। ରିପୋର୍ଟ ଅନୁସାରେ ନେପାଳଗଞ୍ଜରୁ ୩୮ ଭାରତୀୟ ଯାତ୍ରୀଙ୍କୁ ନେଇ ଏକ ଚାର୍ଟର୍ଡ ବିମାନ କୈଳାଶ ମାନସରୋବର ନିମନ୍ତେ ଉଡାଣ କରିଥିଲା ଓ ଏହା ନିଜଶ୍ୱ ଶୈଳୀର ପ୍ରଥମ ପାର୍ବତୀୟ ଉଡାଣ ଥିଲା। ‘କୈଳାଶ ମାନସରୋବାର ଦର୍ଶନ ଉଡାଣ’ ନାମରେ ଏହି ତୀର୍ଥ ଯାତ୍ରା କୈଳାଶ ପର୍ବତ ଓ ମାନସରୋବର ହ୍ରଦର ନୈସର୍ଗିକ ଦୃଶ୍ୟ ଦର୍ଶନ କରାଇଛି।
ଫ୍ଲାଇଟ୍ରେ ଥିବା ଯାତ୍ରୀମାନେ ୨୭ ହଜାର ଫୁଟ ଉଚ୍ଚତାରୁ କୈଳାଶ ପର୍ବତ ଓ ମାନସରୋବାର ପୁଷ୍କରିଣୀ ଦର୍ଶନ କରିଛନ୍ତି। ଉଲ୍ଲେଖେଯୋଗ୍ୟ ଯେ ଏହି ସେବା ସିଦ୍ଧାର୍ଥ ବିଜନେସ୍ ଗ୍ରୁପ ଆରମ୍ଭ କରିଛନ୍ତି। କମ୍ପାନୀର ଜୋନାଲ ଡାଇରେକ୍ଟର କେଶବ ନ୍ୟୁପାନେ ଯାତ୍ରା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ୩୮ ଭାରତୀୟ ପର୍ଯ୍ୟଟକଙ୍କ ସହିତ ଶ୍ରୀ ଏୟାରଲାଇନ୍ସର ଚାର୍ଟାର୍ଡ ବିମାନ ଦେଢଘଣ୍ଟାରେ ଏହି ଯାତ୍ରା ପୂରଣ କରିଥିଲା। ଏହି ପ୍ରଥମ ଉଡାଣରେ ଦିଲ୍ଲୀ, ମୁମ୍ବାଇ, ଗୁଜରାଟ ଓ ଉତ୍ତରପ୍ରଦେଶ ସମେତ ବିଭିନ୍ନ ଭାରତୀୟ ରାଜ୍ୟଙ୍କ ପର୍ଯ୍ୟଟକ କୈଳାଶ ପର୍ବତ ଦର୍ଶନର ସୁଯୋଗ ନେଇଛନ୍ତି।
{"id":902482,"width":838,"height":503,"sizeSlug":"full","linkDestination":"none"}ନ୍ୟୁପାନେ କହିଛନ୍ତି ଯେ ‘କୈଳାଶ ପର୍ବତ ଓ ମାନସରୋବର’ ନିମନ୍ତେ ଏହି ଉଡାଣ ଶସ୍ତା, ଦ୍ରୁତ, ବିଶ୍ୱସନୀୟ ଓ ସୁରକ୍ଷିତ ଅଟେ। ଏହି କାର୍ଯ୍ୟକ୍ରମର ଆଗାମୀ ଚାର୍ଟାର୍ଡ ଉଡାଣ ଫେବୃଆରୀ ପ୍ରଥମ ସପ୍ତାହରେ ହେବ। ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ଶ୍ରଦ୍ଧାଳୁଙ୍କ ନିମନ୍ତେ ଚୀନ କୈଳାଶ ମାନସରୋବାର ଯାତ୍ରାକୁ କୋଭିଡ଼ କାରଣରୁ ବ୍ୟାନ କରିଛି। ତେବେ ନେପାଳର ଏହି ଉଡାଣ ସେବା ଏବେ ନୂଆ ଆଶା ସଞ୍ଚାର କରିଛି। କୋଭିଡ ମହାମାରୀ ପୂର୍ବରୁ ପ୍ରତିବର୍ଷ ପାଖାପାଖି ୧୨ ହଜାର ଯାତ୍ରୀ ନେପାଳ ରାସ୍ତାରେ କୈଳାଶ ମାନସରୋବର ଯାତ୍ରା କରୁଥିଲେ।
ନେପାଳ ରାସ୍ତାରେ କୈଳାଶ ମାନସରୋବର ଯିବା ପାଇଁ ଯାତ୍ରୀଙ୍କୁ ପ୍ରଥମେ ରାଜଧାନୀ କାଠମାଣ୍ଡୁ ଯିବାକୁ ପଡୁଥିଲା। ଏବେ ଯଦି ଲୋକେ ଏହି ଯାତ୍ରା ନିମନ୍ତେ ଫ୍ଲାଇଟ୍କୁ ବାଛନ୍ତି ତେବେ ତେବେ ସେମାନଙ୍କୁ ନେପାଳ ରାଜଧାନୀ ଯିବାକୁ ପଡିବନି। ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରୁ ନେପାଳଗଞ୍ଜର ଦୂରତା ମାତ୍ର ୨୦୦କିଲୋମିଟର ଓ ସଡକ ମାଧ୍ୟମରେ ମଧ୍ୟ ନେପାଳଗଞ୍ଜ ଯାଇହେବ।
ରାମ ମନ୍ଦିର ଯିବାରୁ ମୌଲାନା ବିରୋଧରେ ଫତଓ୍ୱା ଜାରି; ଜବାବରେ କହିଲେ- ଘୃଣା କରୁଥିବା ଲୋକ ପାକିସ୍ତାନ ଚାଲିଯାଅ