ଚାଷ ଜମିରୁ ୧୯ ଫୁଟ୍‌ର ଅଜଗର ଉଦ୍ଧାର, ମୁଣ୍ଡରେ ଆଘାତ ପାଇଁ ଚାଲିଛି ଚିକିତ୍ସା

Published By : Prameya-News7 Bureau | December 21, 2024 IST

ପଟ୍ଟାମୁଣ୍ଡାଇ ୨୧/୧୨: ଚାଷଜମିରୁ ଉଦ୍ଧାର ହୋଇଛି ବିରାଟ ଅଜଗର । ମୁଣ୍ଡରେ ଲାଗିଛି ଆଘାତ । ଲୁହା ପିଞ୍ଜରାରେ ରଖି ଚାଲିଛି ଚିକିତ୍ସା । କେନ୍ଦ୍ରାପଡା ଜିଲ୍ଲା ରାଜନଗର ରଗଡାପାଟିଆ ଫରେଷ୍ଟ ବ୍ଲକ ସ୍ଥିତ ନାରାୟଣପୁର ଗାଁ ବାଇଶିଘେରି ନିକଟ ଚାଷ ଜମିରେ ବୁଲୁଥିଲା ପ୍ରାୟ ୧୯ ଫୁଟର ବିଶାଳ ଅଜଗର । ସ୍ଥାନୀୟ ଲୋକେ ପ୍ରଥମେ ଦେଖି ଭୟଭୀତ ହୋଇଯାଇଥିଲେ ।

 ଖବର ପାଇ ରାଜନଗର ବନବିଭାଗ ପହଞ୍ଚି ଅଜଗରକୁ ଉଦ୍ଧାର କରିଛନ୍ତି । ଅଜଗରର ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଛି । ଭିଜରକନିକା ଜାତୀୟ ଉଦ୍ୟାନରେ ଏକ ଲୁହା ପିଞ୍ଜରାରେ ସାପକୁ ରଖାଯାଇ ଚିକିତ୍ସା କରାଯାଉଛି । ସୁସ୍ଥ ହେବା ପରେ ଅଜଗରକୁ ମୁକ୍ତ କରାଯିବ ବୋଲି କହିଛନ୍ତି ବନ ଅଧିକାରୀ ସୁଦର୍ଶନ ଗୋପୀଚାନ୍ଦ ଯାଦବ । ସେପଟେ ସାପକୁ ଦେଖିବାକୁ ଲୋକଙ୍କ ଭିଡ ଲାଗୁଛି । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.