ପୋଖରୀକୁ ଗାଧୋଇବାକୁ ଯାଇଥିଲେ ଗୋବିନ୍ଦ, ଘରକୁ ଫେରିଲା ମୃତଦେହ

Published By : Prameya-News7 Bureau | July 18, 2024 IST

କଣ୍ଟାବାଞ୍ଜି /୭: ଜୀବନଟା ପାଣି ଫୋଟକା ପରି । କେତେବେଳେ ଯେ କାହାର ପାଳି ପଡିବ କହି ହେବନି । ରାତିରେ ପରିବାର ଲୋକଙ୍କ ସହ ହସଖୁସି କରି ଶୋଇଥିଲେ । ସକାଳେ ପୋଖରୀରେ ଗାଧୋଇ ଘରକୁ ଫେରୁଥିବାବେଳେ ରାସ୍ତାରେ ପଡି ଜୀବନ ଚାଲିଯାଇଛି । ଏଭଳି ଦୁଃଖଦ ଘଟଣା ଘଟିଛି ବଲାଙ୍ଗୀର କଣ୍ଟାବାଞ୍ଜି ଥାନା କୁକୁଡାହାଡ ଗାଁରେ । ମୃତକ ଗୋବିନ୍ଦ କୁଅର ।

ସକାଳୁ ଚାଷ ଜମିକୁ କାମ କରିବାକୁ ଯାଇଥିଲେ । ସେଠାରୁ ଗାଧୋଇବାକୁ ଗାଁ ପୋଖରୀକୁ ଯାଇଥିଲେ । ଫେରିବା ବେଳେ ଘରେ ପହଞ୍ଚିବାକୁ ଆଉ ୫୦ ମିଟର ଅଛି, ହଠାତ ରାସ୍ତାରେ ପଡିଯାଇଥିଲେ ଗୋବିନ୍ଦ । ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ହଠାତ ପୁଅର ଏମିତି ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକ । ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ତଦନ୍ତ କରୁଛି ପୋଲିସ । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.